ବୌଦ୍ଧ (କୃଷ୍ଣଚନ୍ଦ୍ର ସିଂହ): ଅତିରିକ୍ତ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ ଏବଂ ବୌଦ୍ଧ ନିର୍ବାଚନମଣ୍ଡଳୀର ରିଟନିଂ ଅଫିସର ତଥା ଉପ ଜିଲ୍ଲାପାଳ ପ୍ରବୀଣ କୁମାର ବାଣୁଆ ବୌଦ୍ଧ ନିର୍ବାଚନମଣ୍ଡଳୀର ବିଭିନ୍ନ ମତଦାନ କେନ୍ଦ୍ରଗୁଡିକ ପରିଦର୍ଶନ କରିଛନ୍ତି l ଓଡିଶା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପତ୍ର ସଂଖ୍ୟା ୩୬୪୬ ତା- ୧୯/୦୭/୨୦୨୫ ଅନୁଯାୟୀ ବୁଥମାନଙ୍କରେ ସ୍ବତନ୍ତ୍ର ଗହନ ସଂଶୋଧନ ନିମନ୍ତେ ପ୍ରାକ ସଂଶୋଧନ କାର୍ଯ୍ୟକ୍ରମ ଏବଂ ଭୋଟଦାନ କେନ୍ଦ୍ରଗୁଡିକର ସୁବ୍ୟବସ୍ଥିକରଣ ପାଇଁ ବୌଦ୍ଧର ବିଭିନ୍ନ ପୋଲିଙ୍ଗ ଷ୍ଟେସନକୁ ପରିଦର୍ଶନ କରିଛନ୍ତି l ଅଧିକାରୀମାନେ ବୌଦ୍ଧ ଏନଏସି ଅନ୍ତର୍ଗତ ମାଳୀସାହି, ବାପୁଜୀନଗର, ମାଉଲସିଙ୍ଗା, ହରଭଙ୍ଗା ବ୍ଲକ ଅନ୍ତର୍ଗତ ରଇଠାଣୀ, ଲାଣ୍ଡିବନ୍ଧ, ବଡବାଗବର ଏବଂ ବୌଦ୍ଧ ବ୍ଲକ ଅନ୍ତର୍ଗତ ଟୁଟୁସିଙ୍ଗା ବୁଥ ପରିଦର୍ଶନ କରିଛନ୍ତି l ୧୨୦୦ ରୁ ଅଧିକ ଭୋଟଦାତା ଥିବା ଭୋଟଦାନ କେନ୍ଦ୍ରର ସୁବ୍ୟବସ୍ଥିକରଣ କାମ ଆରମ୍ଭ ହୋଇଯାଇଛି l ଏହା ପର୍ଯ୍ୟାୟ କ୍ରମେ ସମସ୍ତ ସ୍ଥାନରେ କରାଯିବ l
