*ନୂଆପଡ଼ା ନେସନାଲ କଲେଜ ଛାତ୍ର ସଂସଦ ନିର୍ବାଚନ ଫଳାଫଳ ଘୋଷଣା, ଏ ବି ଭି ପି ସମର୍ଥିତ ପ୍ରାର୍ଥୀ ଜାଗୃତି ସାହୁ ସଭାପତି ଭାବରେ ନିର୍ବାଚିତ।*
ନୂଆପଡା (ମିଖାଏଲ ନନ୍ଦ)
ତା:୧୫.୧୦.
ନୂଆପଡ଼ା ଜିଲ୍ଲା ଛାତ୍ରସଂସଦ ନିର୍ବାଚନ ଫଳାଫଳ ଘୋଷଣା, ଏ ବି ଭି ପି ସମର୍ଥିତ ପ୍ରାର୍ଥୀ ଜାଗୃତି ସାହୁ ସଭାପତି ଭାବରେ ନିର୍ବାଚିତ ହୋଇଥିବା ବେଳେ ସେ ୪୯୦ ଖଣ୍ଡ ଭୋଟ ପାଇଥିଲେ। ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ରାହୁଲ ସେଠୀ ୩୨୪ ଖଣ୍ଡ ଭୋଟ ପାଇଥିଲେ। ଜାଗୃତି ସାହୁ୧୬୬ ଖଣ୍ଡ ଭୋଟ ରେ ବିଜୟୀ ହୋଇଛନ୍ତି। ସେହିପରି ଉପସଭାପତି ଭାବରେ ଧୀରଜ କୁମାର ଚନ୍ଦ୍ରକାର ୬୬୩ ଖଣ୍ଡ ଭୋଟ ପାଇଥିବା ବେଳେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଚିରଞ୍ଜିବୀ ଦୁର୍ଗା ୨୭୩ ଖଣ୍ଡ ଭୋଟ ପାଇଛନ୍ତି। ଧୀରଜ କୁମାର ଚନ୍ଦ୍ରକାର ୩୯୦ ଭୋଟ ରେ ବିଜୟୀ । ସାଧାରଣ ସମ୍ପାଦକ ରୂପେ ରୁଚିତା ଚନ୍ଦ୍ରକର ୪୨୩ ଭୋଟ ପାଇଥିବା ବେଳେ ତାଙ୍କ ପ୍ରତିନ୍ଦ୍ୱନ୍ଦି ଗୀତାଞ୍ଜଳୀ ସାହୁ ୩୭୪ ଭୋଟ ପାଇଛନ୍ତି।୪୯ ଖଣ୍ଡ ଭୋଟ ରେ ବିଜୟୀ ହୋଇଛନ୍ତି,। ଡ୍ରାମା ସମ୍ପାଦକ ରୂପେ ଯମୁନା ମାଝୀ , ସାମାଜିକ ସେବା ସମ୍ପାଦକ ଦୂର୍ଗାସିନି ପଟେଲ, ଛାତ୍ର କମର ରୁମ୍ ସମ୍ପାଦକ ରୂପେ ମାହେଶ୍ୱରୀ ପାଣ୍ଡେ, ଏବଂ ଛାତ୍ର କମର ରୁମ୍ ସହ ସମ୍ପାଦକ ଗୋଦାବରୀ ପାଣ୍ଡେ ନିର୍ବାଚିତ ହୋଇଛନ୍ତି।
