*ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଡିଗ୍ରୀ ମହିଳା ମହାବିଦ୍ୟାଳୟ ପରିସର ମଧ୍ୟରେ ଅଗ୍ନି ନିରାପତ୍ତା ଓ ସୁରକ୍ଷା ନେଇ ଅଗ୍ନିଶମ ବିଭାଗ ପକ୍ଷ ରୁ ନିରକ୍ଷଣ*।
ନୂଆପଡା(ମିଖାଏଲ ନନ୍ଦ)
ତା:୧୫.୧୦.
ନୂଆପଡ଼ା ଜିଲ୍ଲା ଅଗ୍ନି ଶ୍ରମ ବିଭାଗ ଏବଂ ମହା ନିର୍ଦ୍ଧେଶକ ଙ୍କ ନିର୍ଦ୍ଦେଶ କ୍ରମେ ଅଗ୍ନି ନିରାପତ୍ତା ଓ ସୁରକ୍ଷା ନେଇ ଅଗ୍ନିଶମ ବିଭାଗ ପକ୍ଷ ରୁ ନିରକ୍ଷଣ ଡ୍ରାଇଭ୍ ଆରମ୍ଭ ହୋଇଛି। 3ଗି ଅଗ୍ନି ନିରାପତ୍ତା ଓ ସୁରକ୍ଷିତ ଓଡ଼ିଶା କାର୍ଯ୍ୟକ୍ରମ ଦୀର୍ଘ ଏକ ଧରି କାର୍ଯ୍ୟକ୍ରମ ସେପ୍ଟେମ୍ବର ୧୫ ରୁ ଅକ୍ଟୋବର ୧୫ ପର୍ଯ୍ୟନ୍ତ ଏକମାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଅଛି। ଏହାଦ୍ୱାରା ବିଭିନ୍ନ ଅନୁଷ୍ଠାନ, ସରକାରୀ ବେସରକାରୀ, କାର୍ଯ୍ୟାଳୟ, ଅଗ୍ନି ଦ୍ୱାରା ଧନ ଓ ଜୀବନ ହାନି ହେବା ସମସ୍ତ ସ୍ଥାନରେ ଅଗ୍ନି ନିରାପତ୍ତା ପାଇଁ ପଦକ୍ଷେପ ନେବାକୁ ଆହ୍ୱାନ ରହିଅଛି। ଅଗ୍ନି ନିରାପତ୍ତା ଓ ସୁରକ୍ଷା ଆଇନ ୨୦୧୭ ମୁତାବକ ସମସ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବା ସହ ଅଗ୍ନି ଶ୍ରମ ବିଭାଗ ପକ୍ଷ ରୁ ଏକ ପ୍ରମାଣ ପତ୍ର ଗ୍ରହଣ କରିବା ଅନିବାର୍ଯ୍ୟ ହୋଇଅଛି। ଏହି କାର୍ଯ୍ୟକ୍ରମ ରେ ଖଡ଼ିଆଳ ଡିଗ୍ରୀ ମହିଳା କଲେଜ କୁ ନିରୀକ୍ଷଣ କରିବା ସହ ଆବଶ୍ୟକ କାଗଜାତ ରେ ଅନ ଲାଇନ୍ ଆବେଦନ କରି ପ୍ରମାଣ ପତ୍ର ନେବାକୁ ଅନୁରୋଧ କରିଥିଲେ। ପ୍ରତ୍ୟେକ ଟି ଜୀବନ ମୂଲ୍ୟବାନ ଅଟେ। କଲେଜ ଅଧ୍ୟକ୍ଷ ଲିଜା ଆଚାର୍ଯ୍ୟ, ବରିଷ୍ଠ ଅଧିକାରୀ ସଂଜୟ କୁମାର ସାହୁ, ବରିଷ୍ଠ ସାମ୍ବାଦିକ ତପନ ଦାସ,ରେବତୀ ନାଏକ , ସଂଜୟ ଦର୍ଜୀ ,ବିକ୍ରମ ସେଠି କଲେଜ ର କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ।
