**ନୂଆପଡ଼ା ଜିଲ୍ଲାପାଳ ଅନ୍ୟା ଦାଶ ଆଜି ଖଡ଼ିଆଳ ବ୍ଲକ ରେ ବିଭିନ୍ନ କାର୍ଯ୍ୟକ୍ରମ ରେ ଯୋଗଦାନ, ଦାଦନ ସମସ୍ୟା ଦୂର କରିବାକୁ ବିଭାଗୀୟ ଅଧିକାରୀ ଏବଂ ପଞ୍ଚାୟତ ପ୍ରତିନିଧିଙ୍କୁ ଆହ୍ୱାନ।*
ନୂଆପଡା(ମିଖାଏଲ ନନ୍ଦ) ତା:୧୫.୧୦.
ନୂଆପଡ଼ା ଜିଲ୍ଲାପାଳ ଅନ୍ୟା ଦାଶ ଆଜି ଖଡ଼ିଆଳ ବ୍ଲକ ରେ ବିଭିନ୍ନ କାର୍ଯ୍ୟକ୍ରମ ରେ ଯୋଗଦାନ କରିଛନ୍ତି। ଉନ୍ନୟନ ମୂଳକ କାର୍ଯ୍ୟ ପରିଦର୍ଶନ କରିବା ସହ ପଞ୍ଚାୟତ ପ୍ରତିନିଧି, ଏମ୍ବିକେ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟା ଙ୍କ ସହ ସାକ୍ଷାତ କରିଥିଲେ। ଖୁଦପେଜ ଠାରେ ପଞ୍ଚାୟତ ହାଟ, ଉଦ୍ୟାନ ଦେଖିଥିବା ବେଳେ ଭୋଜପୁର ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ, ସମ୍ମିଳନୀ କକ୍ଷ ଠାରେ ସାକ୍ଷାତ୍ କରିଥିଲେ। ଜିଲ୍ଲାରେ ଦାଦନ ସମସ୍ୟା ଦୂର କରିବାକୁ ବିଭାଗୀୟ ଅଧିକାରୀ ଏବଂ ପଞ୍ଚାୟତ ପ୍ରତିନିଧିଙ୍କୁ ଆହ୍ୱାନ କରିଛନ୍ତି। ଦାଦନ ଶ୍ରମିକ ମାନେ ନାମ ପଞ୍ଜୀକୃତ ହୋଇ କାମ କରିବାକୁ ଯିବା ପାଇଁ ଆହ୍ୱାନ କରିଛନ୍ତି। ସେହିପରି ଖଡ଼ିଆଳ ଉପ ଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ର କୁ ପରିଦର୍ଶନ। କରିଥିଲେ। ସେହିପରି ଖଡ଼ିଆଳ କେନ୍ଦ୍ରୀୟ ବିଦ୍ୟାଳୟ ରେ ସ୍ମାର୍ଟ ବୋର୍ଡ ଶିକ୍ଷାଦାନ ବ୍ୟବସ୍ଥା ସହିତ ଉନ୍ନତ ଶିକ୍ଷା ବ୍ୟବସ୍ଥା ଲାଗୁ କରିବାକୁ ଆହ୍ୱାନ କରିଥିଲେ। ସେହିପରି ବାଦୀ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରିଦର୍ଶନ କରିଥିଲେ। ସରକାରୀ ସ୍କୁଲ ରେ ମଧ୍ୟ ସ୍ମାର୍ଟ କ୍ଲାସ ଉପରେ ଗୁରୁତ୍ୱ ଦେବାକୁ ଆହ୍ୱାନ କରିଛନ୍ତି। ଏହି ଗସ୍ତ ଖଡ଼ିଆଳ ବ୍ଲକ ଅଧ୍ୟକ୍ଷ ପୁଷ୍ପାଞ୍ଜଳି ନନ୍ଦ, ସମ୍ଜ୍ ସେବୀ ଅକ୍ଷୟ ନନ୍ଦ, ବେଳେ ସହକାରୀ ଯନ୍ତ୍ରୀ, ସରପଞ୍ଚ କୁଳମଣି ନାଏକ ଏବଂ ସିଡ଼ିପିଓ, ବିଭାଗୀୟ ଅଧିକାରୀ ସାମିଲ ହୋଇଥିଲେ।
