*ଖଡ଼ିଆଳ ବ୍ଲକ ଛକରେ ପ୍ରଥମଥର ପାଇଁ ମାଁ ଜଗତ ଜନନୀ ଦୁର୍ଗାଙ୍କ ପୂଜୋତ୍ସବ ଅନୁଷ୍ଠିତ*
ନୂଆପଡା:( ମିଖାଏଲ ନନ୍ଦ)
ତା-୧୫/୧୦
ନୂଆପଡା ଜିଲ୍ଲା ଖଡ଼ିଆଳ ସ୍ଥିତ ବ୍ଲକ ଛକ (ବସ୍ଷ୍ଟାଣ୍ଡ) ନିକଟରେ ସାର୍ବଜନୀନ ମାଁ ଦୁର୍ଗା ପୂଜା କମିଟି, ବ୍ଲକ ଛକ, ଖଡ଼ିଆଳ ଆନୁକୂଲ୍ୟରେ ଚଳିତ ବର୍ଷ ପ୍ରଥମ ଥର ପାଇଁ ମାଁ ଜଗତ ଜନନୀ ଦୁର୍ଗାଙ୍କ ପୂଜୋତ୍ସବ ମହାସମାରୋହରେ ଅନୁଷ୍ଠିତ ହେବାକୁ ଯାଉଛି। ଏହି ନୂତନ ପୂଜାକୁ ନେଇ ସ୍ଥାନୀୟ ଅଞ୍ଚଳରେ ବେଶ୍ ଉତ୍ସାହ ଏବଂ ଭକ୍ତିମୟ ପରିବେଶ ଦେଖିବାକୁ ମିଳିଛି।
ପୂଜା କମିଟିର କର୍ତ୍ତୃପକ୍ଷ ଓ କର୍ମକର୍ତ୍ତା ଗଣ: ସଭାପତି: ବିନୋଦ କୁମାର ପାଢ଼ୀ,ଉପ-ସଭାପତି: ଅଜିତ ପ୍ରଧାନ,
ସମ୍ପାଦକ: ପ୍ରକାଶ ଶର୍ମା
ଯୁଗ୍ମ ସମ୍ପାଦକ: ଗରୁଡ଼ଧ୍ୱଜ ଗାହିର, ଆଦିତ୍ୟ ପାଣିଗ୍ରାହୀ
କୋଷାଧ୍ୟକ୍ଷ: ପ୍ରମୋଦ କୁମାର ପାଟି
ସଂଯୋଜକ: ସୁନୀଲ କୁମାର ସାହୁ (ସାଂସ୍କୃତିକ), ସତୀଶ କୁମାର ନାଏକ (ଅର୍ଥ)
କାର୍ଯ୍ୟକାରୀ କମିଟି ସଦସ୍ୟବୃନ୍ଦ: ଡ. ସିଦ୍ଧାର୍ଥ ମହାପାତ୍ର, ଶ୍ରୀଗୋପାଳ ଅଗ୍ରୱାଲ, ଗୌତମ ତାଣ୍ଡି, ସଞ୍ଜୟ ମହାନ୍ତି, ଜ୍ୟୋତିଲାଲ ବଞ୍ଜାରେ, ଡୋଲାମଣି ଛନ୍ଦା, ଧର୍ମ ସୋନୱାନୀ, ସୁଧାଂଶୁ ବେହେରା, ଗୋବିନ୍ଦ ପଣ୍ଡା, ରାଜେନ୍ଦ୍ର ବେହେରା, ବିମଳ ସିଂହ ଦଳପତି, ଅନୀଲ କୁମାର ମେହେର, ଏବଂ ସୁନୀଲ ରାଉତ,ଯୁଗଳ କିଶୋର ମହାନନ୍ଦ।
ପୂଜା କାର୍ଯ୍ୟକ୍ରମ:
ଆଶ୍ୱିନ ଶୁକ୍ଳପକ୍ଷ ଷଷ୍ଠୀ ତିଥି (୧୭.୧୦.୨୦୨୫, ଶୁକ୍ରବାର): ଦିବା ଘ.୧୦.୩୦ମି. ରେ କଳସ ଯାତ୍ରା ଓ ଅଧିବାସ।
ଆଶ୍ୱିନ ଶୁକ୍ଳପକ୍ଷ ସପ୍ତମୀ (୧୮.୧୦.୨୦୨୫, ଶନିବାର): ଶାରଦୀୟ ମହାପୂଜାର ସଂକ୍କାର୍ଣ୍ଣ।
୧୯.୧୦.୨୦୨୫ (ରବିବାର): ସପ୍ତମୀ ପୂଜା।
୨୦.୧୦.୨୦୨୫ (ସୋମବାର): ଅଷ୍ଟମୀ ପୂଜା।
୨୧.୧୦.୨୦୨୫ (ମଙ୍ଗଳବାର): ନବମୀ ପୂଜା।
୨୨.୧୦.୨୦୨୫ (ବୁଧବାର): ଦଶମୀ ପୂଜା ଓ ଘଟ ବିସର୍ଜନ।
୨୩.୧୦.୨୦୨୫ (ଗୁରୁବାର): ଉସାଣୀ ପର୍ବ।
ଏହି ପବିତ୍ର ପୂଜାନୁଷ୍ଠାନରେ ସପରିବାର ଯୋଗଦାନ କରି ମାଁ ଦୁର୍ଗାଙ୍କର ଆଶୀର୍ବାଦ ଲାଭ କରିବା ପାଇଁ ସାର୍ବଜନୀନ ଦୁର୍ଗା ପୂଜା କମିଟି ତଥା କର୍ତ୍ତା ଶ୍ରୀମତୀ ସବିତା ଅଗ୍ରୱାଲ ଓ ଶ୍ରୀଯୁକ୍ତ ଶ୍ରୀଗୋପାଳ ଅଗ୍ରୱାଲ ସମସ୍ତଙ୍କୁ ସାଦର ଆମନ୍ତ୍ରଣ କରିଛନ୍ତି।
