*ଢେଙ୍କାନାଳ ମହିମା ମଣ୍ଡଳ ରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ପ୍ରଯୁକ୍ତି ବିଜ୍ଞାନ ମନ୍ତ୍ରୀଙ୍କ ବିଭିନ୍ନ ଉର୍ନ୍ନୟନ ମୂଳକ କାର୍ଯ୍ୟକ୍ରମ ଗ୍ରସ୍ତ l* ଢେଙ୍କାନାଳ (ରିପୋର୍ଟ ବିରଞ୍ଚି ନାରାୟଣ ସାହୁ ଭଞ୍ଜଦୂତ ଖବର )15/10/26 ଗଁନ୍ଦିଆ ବ୍ଲକ ମହିମା ମଣ୍ଡଳ ରେ ବିଭିନ୍ନ ଉର୍ନ୍ନୟନ ମୂଳକ କାର୍ଯ୍ୟକ୍ରମ ରେ ଯୋଗ ଦେଇଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ପ୍ରଯୁକ୍ତି ବିଜ୍ଞାନ ମନ୍ତ୍ରୀ ଶ୍ରୀଯୁକ୍ତ କୃଷ୍ଣ ଚନ୍ଦ୍ର ପାତ୍ର ମହୋଦୟ l ଦୀର୍ଘବର୍ଷ ଧରି କଙ୍କା ଗ୍ରାମକୁ ଯାତାୟତ ର ବାଧକ ସାଜିଥିବା ନାଳରେ ଆଜି ଶ୍ରୀଯୁକ୍ତ ମନ୍ତ୍ରୀ ମହୋଦୟ ଅପରାହ୍ନ ତିନି ଘଟିକା ସମୟରେ ବାଇଶିଆ ଗ୍ରାମରୁ କଙ୍କା ଗ୍ରାମକୁ ଯାତାୟତ ପାଇଁ ନାଳ ଉପରେ ଏକ ସେତୁ ନିର୍ମାଣ ପାଇଁ 6 କୋଟି ଓ ରାସ୍ତା ପାଇଁ 2 କୋଟି ବ୍ୟୟ ବରାଦରେ ସେତୁକୁ ଶ୍ରୀଫଳ ଭାଙ୍ଗି ଫଳକ ଉନ୍ମୋଚନ କରି ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କଲେ l ଯାହା କଙ୍କା ଗ୍ରାମପାଇଁ ଏକ ସ୍ମରଣୀୟ ଦିବସ ହୋଇ ରହିବ l ଗ୍ରାମର ଉର୍ନ୍ନତି ପାଇଁ ସବୁବେଳେ ପ୍ରଚେଷ୍ଟା ଜାରି ରଖିଥିବା କ୍ଷୁଦ୍ର ରୁ ଅତିକ୍ଷୁଦ୍ର ଗ୍ରାମକୁ କିପରି ବିକାଶର ଶ୍ରୋତରେ ବନ୍ଧା ଯାଇପାରିବ ସେଥିପାଇଁ ଗ୍ରାମରେ ପ୍ରଚେଷ୍ଟା ଜାରି ରଖିଥିବା ସୁଦର୍ଶନ ସ୍ତମ୍ଭ କିଛି ଯୁବକ ମାନଙ୍କୁ ଧରି ସମାଜସେବୀ ଶ୍ରୀଯୁକ୍ତ ରାମଚନ୍ଦ୍ରଙ୍କ ସହାୟତାରେ ବହୁ ବର୍ଷର ଆଶା ଓ ଆକାଂକ୍ଷା ମନ୍ତ୍ରୀଙ୍କ ଦ୍ୱାରା ପୂରଣ ହବାକୁ ଯାଉଛି, ଗ୍ରାମବାସୀଙ୍କ ଦ୍ୱାରା ମନ୍ତ୍ରୀଙ୍କୁ ଫୁଲତୋଡ଼ା ଓ ଉତ୍ତରୀ ଦେଇ ଶଙ୍ଖ ହୁଳହୁଳି ରେ ସ୍ବାଗତଂ ଜଣାଇ ପାଛୋଟି ନେଇଥିଲେ l ଯୋରନ୍ଦାରୁ ବେଜିବୋଲୁଅ ରାସ୍ତାର ଉର୍ନ୍ନତି କରଣ ଓ ପ୍ରସ୍ବସ୍ତି କରଣ ପାଇଁ ଶ୍ରୀଯୁକ୍ତ ମନ୍ତ୍ରୀ ମହୋଦୟ ଭିର୍ତ୍ତି ପ୍ରସ୍ତର ଶୁଭଫଳ ଭାଙ୍ଗି ଫଳକ ଉନ୍ମୋଚନ କରିଛନ୍ତି l ଏଥିରେ ଯୋରନ୍ଦା ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ଆରତୀ ନାୟକ ଉପସ୍ଥିତ ଥିଲେ l ଏବଂ ପରିଶେଷରେ ଯୋରନ୍ଦା ଓଟିଡ଼ିସି ଠାରେ ବିଶାଳ ସ୍ବେଚ୍ଛାକୃତ ରକ୍ତଦାନ ଅଭିଯାନରେ ଶ୍ରୀଯୁକ୍ତ ମନ୍ତ୍ରୀ ମହୋଦୟ ଉପସ୍ଥିତ ରହି ରକ୍ତଦାନ କରୁଥିବା ବ୍ୟକ୍ତି ମାନଙ୍କୁ ଉତ୍ସାହ କରୁଥିଲେ l ମହିମା ମଣ୍ଡଳ ସଭାପତି ପ୍ରତାପ ନାଥ, ଜିଲ୍ଲା ସମ୍ପାଦକ ଅମ୍ବିକା ପ୍ରସାଦ ମିଶ୍ର, ଯୋରନ୍ଦା ସରପଞ୍ଚ ଆରତୀ ନାୟକ ଓ ବିଜେପି କର୍ମୀ ମାନଙ୍କ ଉପସ୍ଥିତ ଓ ସହଯୋଗ ରେ 100 ୟୁନିଟ ରକ୍ତ ସଂଗ୍ରହ କରାଯାଇ ପାରିଛି l
