ସେବା ସଂକଳ୍ପ ଅଭିଯାନରେ ଭାପୁର କଲ୍ୟାଣ ମଣ୍ଡପ ଠାରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ।
ଢେଙ୍କାନାଳ ସଦର : ଭାପୁର (୧୧/୧୦/୨୦୨୬): ସେବା ସଂକଳ୍ପ ଅଭିଯାନ ଅଧୀନରେ ଆଜି ରବିବାର ଦିନ ଢେଙ୍କାନାଳ ସଦର ବ୍ଲକ ଭାପୁର ମଣ୍ଡଳ ପକ୍ଷରୁ ଭାପୁର କଲ୍ୟାଣ ମଣ୍ଡପ ଠାରେ ଏକ ବିଶାଳ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରକୁ ମୁଖ୍ୟ ଅତିଥି ଭାବେ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଯୋଗଦେଇ ଉଦ୍ଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ସାଂସଦ ପ୍ରତିନିଧି ଶ୍ରୀ ବିଷ୍ଣୁ ପ୍ରସାଦ ଲେଙ୍କା ଯୋଗ ଦେଇଥିଲେ।
ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀ ପାତ୍ର କହିଲେ ଯେ,ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଉପଲକ୍ଷେ ସେପ୍ଟେମ୍ବର ୧୭ ରୁ ଅକ୍ଟୋବର ୧୭ ପର୍ଯ୍ୟନ୍ତ ଏକ ମାସ ପାଇଁ ସେବା କାର୍ଯ୍ୟକ୍ରମ ଜାରି ରହିଛି। ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଠାରୁ ଦୀପ ଦାନ ଆରମ୍ଭ କରି ରକ୍ତଦାନ ଶିବିର,ଫଳ ବଣ୍ଟନ,ବୃକ୍ଷରୋପଣ ଭଳି ବିଭିନ୍ନ ସେବା କାର୍ଯ୍ୟକ୍ରମ କରାଯାଉଛି। ଏହି ଅବସରରେ ଅତିଥିମାନେ ସମସ୍ତ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ। ଏହି ଶିବିରରେ ବିଜେପି ଦଳର ବହୁ କାର୍ଯ୍ୟକର୍ତ୍ତା,ମହିଳା ଓ ଯୁବକ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ। ସର୍ବମୋଟ ୯୧ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା। ଏହି ଶିବିରକୁ ଭାପୁର ମଣ୍ଡଳ କାର୍ଯ୍ୟକାରୀ ସଭାପତି ହାଡ଼ିବନ୍ଧୁ ସେଠୀ ପୂର୍ଣ୍ଣ ସହଯୋଗ କରିଥିଲେ। ଢେଙ୍କାନାଳ ରୁ ରିପୋର୍ଟର ବିଷ୍ଣୁ ଚରଣ ସାହୁ ।
