୮ ତାରିଖ ଓଡିଶା ବନ୍ଦକୁ ସଫଳ ପାଇଁ ସୋର ରେ ଇଣ୍ଡିଆ ମେଣ୍ଟ ତରଫରୁ ସାମ୍ବାଦିକ ସମ୍ମିଳନୀରେ ନିବେଦନ ।
ସୋର (ଭଞ୍ଜଦୂତ, ଜ୍ୟୋତିପ୍ରକାଶ ଦୀକ୍ଷିତ, ନିପ୍ର):::: ସୋରରେ ଇଣ୍ଡିଆ ମେଣ୍ଟ ତରଫରୁ ବିଭିନ୍ନ ବିଲ୍ କୁ ବିରୋଧ କରି ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ସାମ୍ବାଦିକ ସମ୍ମିଳନୀ ରେ କେନ୍ଦ୍ର ସରକାର ସଂଘୀୟ ବ୍ୟବସ୍ଥାକୁ ଧ୍ବଂସ କରିବା ପାଇଁ ଏହି ଏମ ଏମ ଡିଆର(MMDR) ସଂଶୋଧନ ବିଲ ସୁଚିନ୍ତିତ ଭାବେ ପ୍ରସ୍ତୁତ କରିଛନ୍ତି ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଇଣ୍ଡିଆ ମେଣ୍ଟ ତରଫରୁ କଂଗ୍ରେସର ଯୁବନେତା ସୁବ୍ରତ କୁମାର ଧଡ଼ା ପ୍ରକାଶ କରିଛନ୍ତି।ଏସ ଆଇ ଆର, ମାଧ୍ୟମରେ ଭୋଟ ଚୋରୀରେ ସମ୍ପୃକ୍ତ ନିର୍ବାଚନ କମିଶନର ଜ୍ଞାନେସ କୁମାରଙ୍କ ଇସ୍ତଫା, ୟୁପିଆଇ ମାଧ୍ୟମରେ ନେଣ ଦେଣ ଉପରେ ସ୍ୱତନ୍ତ୍ର ଟେକ୍ସ ଆଦାୟ, ତ୍ରୁଟି ପୂର୍ଣ୍ଣ ଶିକ୍ଷା ବ୍ୟବସ୍ତାରେ ସମ୍ପୃକ୍ତ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଏବଂ ଲଗାତର ବନ୍ୟାରେ କ୍ଷତିଗ୍ରସ୍ତ ଜନ ସାଧାରଣଙ୍କୁ ତୁରନ୍ତ ସହାୟତା ପ୍ରଦାନ ଦାବିରେ ଆସନ୍ତା ୮ ତାରିଖ ଗୁରୁବାର ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ କରାଯିବ ବୋଲି ଏହି ସାମ୍ବାଦିକ ସମ୍ମିଳନୀରେ ଇଣ୍ଡିଆ ମେଣ୍ଟର ସଦସ୍ୟ ମାନେ ସୂଚନା ଦେଇଛନ୍ତି। ସୋର ମାଧବା ନନ୍ଦ କଂଗ୍ରେସ ଭବନ ଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ଜିଲ୍ଲା ସହ ସମ୍ପାଦକ ମାୟାଧର ନାୟକ, କଂଗ୍ରେସର ବରିଷ୍ଠ ନେତା ମୋତିଲାଲ ମହାନ୍ତି, ଶ୍ରୀକାନ୍ତ ଜେନା,ବ୍ଲକ ସଭାପତି ଯୋଗେନ୍ଦ୍ର ଜେନା, ନଗର ସଭାପତି ରାଜେନ୍ଦ୍ର ମହାନ୍ତି, ପାରିଷଦ ନିଶାକର ମହାନ୍ତି,ସିପିଆଇରୁ ଶଶିକାନ୍ତ ପଣ୍ଡା, ଭଗବାନ ପଣ୍ଡା ପ୍ରମୁଖ ଆସନ୍ତା ୮ତାରିଖ ଗୁରୁବାର ଶାନ୍ତିପୂର୍ଣ ସାଧାରଣ ଧର୍ମ ଘଟ, ଓଡିଶା ବନ୍ଦକୁ ସଫଳ କରିବା ପାଇଁ, କୃଷକ ଶ୍ରମିକ, ବୁଦ୍ଧିଜୀବି, ଛାତ୍ର, ଯୁବକ,ବ୍ୟବସାୟୀ ତଥା ସଚେତନ ନାଗରିକ ସହଯୋଗ କରିବାକୁ ନିବେଦନ କରିଛନ୍ତି।ଏହି ଧର୍ମଘଟ ସକାଳ ୬ ଟାରୁ ସାନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ଚାଲିବ ବୋଲି ପ୍ରକାଶ କରିଛନ୍ତି।
