ହରଭଙ୍ଗା ବ୍ଲକ ଛତ୍ରଙ୍ଗ ପଂଚାୟତ ର ଧୂଙ୍ଗିଆ ମୁଣ୍ଡା ଠାରେ ବି. ଜେ. ଡି ର ଜନ ସମ୍ପର୍କ ଶିବିର ଓ କର୍ମୀ ସମ୍ମିଳନୀ :ଯୋଗଦେଲେ ଜ଼ିଲ୍ଲା ର ବରିଷ୍ଠ ବି. ଜେ. ଡି ନେତା ପୂର୍ବତନ ମନ୍ତ୍ରୀ ପ୍ରଦୀପ ଅମାତ ଓ ଜ଼ିଲ୍ଲାସ୍ତରୀୟ ନେତୃବୃନ୍ଦ (କୃଷ୍ଣ ସିଂହ ଙ୍କ ରିପୋର୍ଟ )
ହରଭଙ୍ଗା (7/10 ) ହରଭଙ୍ଗା ବ୍ଲକ ଛତ୍ରଙ୍ଗ ପଂଚାୟତ ଧୂଙ୍ଗିଆ ମୁଣ୍ଡା ଠାରେ ବି. ଜେ. ଡି. ର ଜନ ସମ୍ପର୍କ ଅଭିଯାନ ତଥା କର୍ମୀ ସମ୍ମିଳନୀ ପୂର୍ବତନ ମନ୍ତ୍ରୀ ପ୍ରଦୀପ ଅମାତ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ହଜାର ହଜାର କର୍ମୀ ଯୋଗ ଦେଇ ଥିଲେ। ଜ଼ିଲ୍ଲାପରିଷଦ ସଭାପତି ପ୍ରଭାସିନୀ ଦାସ, ବରିଷ୍ଠ ନେତା ତଥା ଜ଼ିଲ୍ଲା ପ୍ରବକ୍ତା ଅବକାଶ ସାହୂ, ବରିଷ୍ଠ ନେତା ସୁବୋଧ ପ୍ରଧାନ., ରବି ପ୍ରଧାନ, ବରିଷ୍ଠ ନେତା ପ୍ରଦୀପ୍ତ ସାହୂ , ରାଜ୍ୟ କାର୍ଯ୍ୟକାରିଣୀ ନେତା ଅଶୋକ ସାହୂ ପ୍ରମୁଖ ଯୋଗଦେଇ ଡବଲ ଇଞ୍ଜିନ ସରକାର ଙ୍କ ଜନବିରୋଧୀ ନୀତି ର ସମାଲୋଚନା କରି ଥିଲେ ଆଗାମୀ ନିର୍ବାଚନ ରେ ଏକତା ହୋଇ ନିର୍ବାଚନ ଲଢ଼ିବାକୁ ସଂକଳ୍ପ ନେଇଥିଲେ
