ଧୂଳି ଧୁଆଁ ଓ ରାସ୍ତାର ଦୂରବସ୍ଥା କୁ ନେଇ ରାଜରାସ୍ତାକୁ ଓହ୍ଲାଇଲେ ତାଳଚେର କଲେଜର ଛାତ୍ର ଛାତ୍ରୀ
ତାରିଖ: ୦୬/୧୦/୨୬
ତାଳଚେର: ଦୀର୍ଘ ବର୍ଷ ଧରି ୧୪୯ ନମ୍ବର ଜାତୀୟ ରାଜପଥର ଦୂରବସ୍ତା ସାଙ୍ଗ କୁ ପ୍ରବଳ ଧୂଳି ଧୁଆଁ ଯୋଗୁଁ ଅତିଷ୍ଟ ହୋଇ ପଡିଛନ୍ତି ତାଳଚେର ବାସୀ । ରାସ୍ତାରେ ଭାରୀ ଯାନ ଚଳା ଚଳ ଯୋଗୁଁ ଧୂଳି ଧୁଆଁ ଉଡ଼ିବା ସହ ଖାଲ ଖମଣ ରେ ଯାତାୟାତ ମଧ୍ୟ ଦୂର୍ବି ସହ ହୋଇ ପଡ଼ିଛି । ଏ ପରିକି ଧୂଳି ଧୁଆଁ ଯୋଗୁଁ ଅନେକ ସମୟରେ ଟ୍ରାଫିକ ଜାମ ଓ ଦୁର୍ଘଟଣା ଘଟୁଥିବା ଅଭିଯୋଗ ହେଉଛି। ରାସ୍ତାରେ ଧୂଳି ନିୟନ୍ତ୍ରଣ ପାଇଁ ପାଣି ଛିଞ୍ଛନ କରାଯାଉ ନଥିବାରୁ ସ୍ଥାନୀୟ ଲୋକଙ୍କ ସମେତ ରାଜପଥ କଡ଼ରେ ଥିବା ବିଭିନ୍ନ ଗ୍ରାମବାସୀ ଅସୁବିଧାରେ ପଡୁଛନ୍ତି। ବାରମ୍ବାର ପ୍ରଶାସନ ଓ ସମ୍ପୃକ୍ତ ବିଭାଗକୁ ଅବଗତ କରାଯାଇଥିଲେ ମଧ୍ୟ ସମସ୍ୟାର ସ୍ଥାୟୀ ସମାଧାନ ହେଉନଥିବା ଅଭିଯୋଗ ହେଉଛି । ଏହି ସମସ୍ୟା ଯୋଗୁଁ ଆଜି ବାଧ୍ୟ ହୋଇ ତାଳଚେର ମହା ବିଦ୍ୟାଳୟ ର ଛାତ୍ର ଛାତ୍ରୀମାନେ ରାଜ ରାସ୍ତାକୁ ଓହ୍ଲାଇ ପ୍ରତିବାଦ କରିଛନ୍ତି। ଧୂଳି ଧୁଆଁ ଓ ରାସ୍ତାର ଦୂରବସ୍ତା ଯୋଗୁଁ ମହା ବିଦ୍ୟାଳୟକୁ ଠିକ୍ ସମୟରେ ପହଞ୍ଚିବା କଷ୍ଟକର ହେଉଥିବା ଛାତ୍ର ଛାତ୍ରୀ ମାନେ କହିଛନ୍ତି। ରାସ୍ତାର ତୁରନ୍ତ ମରାମତି ସହ ନିୟମିତ ପାଣି ଛିଞ୍ଚନ, ଭାରୀଯାନ ଚଳା ଚଳ ନିୟନ୍ତ୍ରଣ ଏବଂ ଯାତାୟାତ ବ୍ୟବସ୍ଥା ସୁଧାରିବାକୁ ଛାତ୍ର ଛାତ୍ରୀ ମାନେ ଦାବୀ କରିଛନ୍ତି।ସମସ୍ୟାର ଶୀଘ୍ର ସମାଧାନ ନହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି ଛାତ୍ର ଛାତ୍ରୀ ମାନେ ଚେତାବନୀ ଦେଇଛନ୍ତି ।
ତାଳଚେର ରୁ କୃତ୍ତିବାସ ନାୟକଙ୍କ ରିପୋର୍ଟ ଭଞ୍ଜ ଦୂତ ଖବର
