*ନୂଆପଡ଼ା ଜିଲ୍ଲା ତିଖାଳି ଛକ ୩୫୩ ନମ୍ବର ଜାତୀୟ ରାଜପଥ ରେ ସଡ଼କ ଦୁର୍ଘଟଣା, ଘଟଣା ସ୍ଥଳରେ ସ୍ୱାମୀ ସ୍ତ୍ରୀ ଙ୍କ ମୃତ୍ୟୁ, ଅଜଣା ଗାଡ଼ି ଧକ୍କା*
ନୂଆପଡା(ମିଖାଏଲ ନନ୍ଦ) ତା:୦୮.୧୦.
ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ତିଖାଳି ଛକ ୩୫୩ ନମ୍ବର ଜାତୀୟ ରାଜପଥ ରେ ସଡ଼କ ଦୁର୍ଘଟଣା। ଏହି ସଡ଼କ ଦୁର୍ଘଟଣା ରେ ଦୁଇ ସ୍ଵାମୀ, ସ୍ତ୍ରୀ ଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଅଛି। ଅଜଣା ଟ୍ରକ ଭୋର୍ ୫ ଘଣ୍ଟା ୩୦ ମିନିଟ୍ ସମୟରେ ଧକ୍କା ଦେଇ ଘଟଣା ସ୍ଥଳରୁ ଫେରାର ହୋଇଥିବା ସୂଚନା । ବିରୁନ ପଦର୍ ଗ୍ରାମର ଦୁଇ ବ୍ୟକ୍ତି ନିଜ ସମ୍ପର୍କୀୟ ଘର ଖଡ଼ିଆଳ ବ୍ଲକ କୋଟିପଦର୍ ଯାଇଥିଲେ। ଭୋର ରୁ ନିଜ ଗ୍ରାମକୁ ଫେରିବା ବେଳେ ଏହି ଦୁର୍ଘଟଣା ହୋଇଥିଲା। ବେରୁନ ପଦର୍ ଗ୍ରାମର କପୂର୍ଚ୍ଚନ ପଟେଲ ଏବଂ ମନ୍ଦାକିନୀ ପଟେଲ ଉଭୟ ସ୍ୱାମୀ ସ୍ତ୍ରୀ ହୋଇଥିବା ବେଳେ ଆଜି ଘଟଣା ସ୍ଥଳ ରେ ଶତାଧିକ ବ୍ୟ ଆସି ୩୫୩ ଜାତୀୟ ରାଜପଥ କୁ ଅବରୋଧ କରିଛନ୍ତି। ଉତ୍ୟକ୍ତ ଲୋକେ ପରିବାର ଙ୍କୁ ଆର୍ଥିକ ସହାୟତା ଦାବୀ କରୁଛନ୍ତି।
