*ପୁନଶ୍ଚ ପୃଥିବୀ କାର୍ଯ୍ଯକ୍ରମ ରେ ଢେଙ୍କାନାଳ ଜିଲ୍ଲାର ବିଶିଷ୍ଟ ପରିବେଶବିତ୍ ହରିହର ସାହୁ ଙ୍କୁ ” ସମ୍ବାଦ ପରିବେଶ ସମ୍ମାନ ୨୦୨୬* ଢେଙ୍କାନାଳ ( ରିପୋର୍ଟ ବିରଞ୍ଚି ନାରାୟଣ ସାହୁ ଭଞ୍ଜଦୂତ ଖବର )
ଗଁଦିଆ ଅଦ୍ୟ ତା ୪.୧୦. ୨୦୨୬
ଦୈନିକ ଖବରକାଗଜ ସମ୍ବାଦ , କନକ ନିଉଜ, ସମ୍ବାଦ ଡିଜିଟାଲ ମାଧ୍ୟମରେ ” ପୁନଶ୍ଚ ପୃଥିବୀ ” କାର୍ଯ୍ୟକ୍ରମ ରେ ଦୈନିକ ଖବର କାଗଜ ସମ୍ବାଦ ର ପ୍ରାଣ ପ୍ରତିଷ୍ଠାତା ତଥା ପୂର୍ବତନ ସାଂସଦ, ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ମହୋଦୟ ପରିବେଶ ସୁରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଢେଙ୍କାନାଳ ଜିଲ୍ଲାର ବିଶିଷ୍ଟ ପରିବେଶବିତ୍ ପ୍ରକୃତି ବନ୍ଧୁ ହରିହର ସାହୁ ଙ୍କୁ” ସମ୍ବାଦ ପରିବେଶ ସମ୍ମାନ ” ସମ୍ମାନୀତ କରିଛନ୍ତି। ଆଜି ର ଏହି କାର୍ଯ୍ୟକ୍ରମ ରେ ୩୦ ଜିଲ୍ଲାରୁ ୩୦ ଜଣ ପରିବେଶବିତ୍ ଙ୍କୁ ସମ୍ମାନିତ କରି ଏକ ନିଆରା ପ୍ରୟାସ ସୃଷ୍ଟି କରିପାରିଛନ୍ତି। ଏହି କାର୍ଯ୍ୟକ୍ରମ ପାଇଁ ଅନୁଗୋଳ ଦୈନିକ ଖବରକାଗଜ ର ଏଡିଟିଙ୍ଗ ମୁଖ୍ୟ ରତ୍ନାକର ଭୋଇ ଓ ସମ୍ବାଦ ର ସମ୍ପାଦକ ତନୟା ପଟ୍ଟନାୟକ ଙ୍କ ସହିତ ଦୈନିକ ଖବରକାଗଜ ସମ୍ବାଦ ର ସମସ୍ତ ଅଧିକାରି ଙ୍କୁ ପ୍ରକୃତି ବନ୍ଧୁ ଶ୍ରୀ ସାହୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ପରିବେଶବିତ୍ ଶ୍ରୀ ସାହୁ ଙ୍କୁ ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଫୋରମ୍ ଓଡ଼ିଶା ର ଉପଦେଷ୍ଟା ବିଶିଷ୍ଟ ସାହିତ୍ୟିକ କବି ଲେଖକ ଓ ପ୍ରାବନ୍ଧିକ ତଥା ଅବସର ପ୍ରାପ୍ତ ସ୍ବତନ୍ତ୍ର ବିଚାରପତି ସିବିଆଇ ଭିକାରୀ ଚରଣ ରାଉତ ଶୁଭେଚ୍ଛା ସହିତ ଶୁଭକାମନା ଜଣାଇଛନ୍ତି।
