**ନୂଆପଡ଼ାରେ ସେବା ସେତୁ ସଂକଳ୍ପ ଅଭିଯାନ ଅବସରରେ ବନ୍ଧୁତ୍ୱପୂର୍ଣ୍ଣ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଅନୁଷ୍ଠିତ।*
*
ନୂଆପଡ଼ା(ମିଖାଏଲ ନନ୍ଦ),
ତା-୦୪/୧୦:
ସେବା ସେତୁ ସଂକଳ୍ପ ଅଭିଯାନ ଅବସରରେ ନୂଆପଡ଼ା ସଦର ମହକୁମାରେ ଏକ ବନ୍ଧୁତ୍ୱପୂର୍ଣ୍ଣ ବ୍ୟାଡମିଣ୍ଟନ ପ୍ରତିଯୋଗିତା ପୁଲିସ ଗ୍ରାଉଣ୍ଡସ୍ଥିତ ଇଣ୍ଡୋର ଷ୍ଟାଡିୟମ୍ଠାରେ ଅନୁଷ୍ଠିତ ହୋଇଯାଇଛି।
ପ୍ରତିଯୋଗିତାରେ ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶ ଓ ତାଙ୍କ ସହଯୋଗୀ ଚମତ୍କାର ପ୍ରଦର୍ଶନ କରି ବିଜୟୀ ହୋଇଥିବା ବେଳେ ଓରମାସ୍ର ଉପମୁଖ୍ୟ ନିର୍ବାହୀ ଅଧିକାରୀ ବିଦେଶ ଘୋଷ ଓ ତାଙ୍କ ସହଯୋଗୀ ରନର୍ସ-ଅପ୍ ହୋଇଥିଲେ। ବିଜୟୀ ଓ ରନର୍ସ-ଅପ୍ ଦଳକୁ ଟ୍ରଫି ପ୍ରଦାନ କରାଯାଇଥିଲା।
ଏହି ଅବସରରେ ଜିଲ୍ଲା କ୍ରୀଡ଼ା ଅଧିକାରୀ ରାଜେନ୍ଦ୍ର ପ୍ରସାଦ ବଢ଼େଇ, ମୁଖ୍ୟ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ସୁଖେନ୍ଦୁ ରାୟ, ଜିଏମ୍, ଡିଆଇସି ସମୀର ମୁଦୁଲି, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରମାକାନ୍ତ ବିଶ୍ୱାସ, ଡିପିଏମ୍, ଓଏଲ୍ଏମ୍ ସୁନୀଲ ମଲ୍ଲିକ, ଉପନିବନ୍ଧକ, ସମବାୟ ସମିତି ଶିବ ପ୍ରସାଦ ସ୍ୱାଇଁ, ଖରିଆର ରୋଡ୍ ଆର୍ଏମ୍ସି ସମ୍ପାଦକ ଆର୍ଯ୍ୟ କୁମାର ମୁଦୁଲି ଏବଂ ଜିଲ୍ଲା ସମ୍ବଳ ସଂଯୋଜକ ଅନିଲ କୁମାର ଲେଙ୍କାଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ।
