ଆଜି ଭବାନୀପାଟଣାରେ ‘ସେବା ସଂକଳ୍ପ ଅଭିଯାନ’ ଅବସରରେ ସ୍ୱଚ୍ଛତା ଅଭିଯାନ ଆୟୋଜିତ ହୋଇଥିଲା।
ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ଜନ୍ମଦିନ ଅବସରରେ ସେପ୍ଟେମ୍ବର ୧୭ ତାରିଖରୁ ଅକ୍ଟୋବର ୧୭ ତାରିଖ ପର୍ଯ୍ୟନ୍ତ ଚାଲିଥିବା ‘ସେବା ସଂକଳ୍ପ ଅଭିଯାନ’ ଅଧୀନରେ ବିଭିନ୍ନ ଜନସେବାମୂଳକ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି।
ଆଜିର ଏହି ସ୍ୱଚ୍ଛତା ଅଭିଯାନରେ ନଗର ସଭାପତି ଚିତ୍ତରଞ୍ଜନ ପାତ୍ର, ସ୍ୱଚ୍ଛ ଭାରତ ଅଭିଯାନର ଜିଲ୍ଲା ସଂଯୋଜକ ଶ୍ରୀ ଶରତ ନାୟକ, ଭବାନୀପାଟଣାର ପୂର୍ବତନ ବିଧାୟକ ଶ୍ରୀ ଅନାମ ନାୟକ, ଜିଲ୍ଲା ଉପସଭାପତି ରୁପେଶ ଜୈନ,ବରିଷ୍ଠ ନେତା ଶ୍ରୀ ହରଜିନ୍ଦର ସିଂହ,ନର୍ଲା ନିର୍ବାଚନମଣ୍ଡଳୀର ବିଧାୟକ ପ୍ରାର୍ଥୀ ଶ୍ରୀ ଅନିରୁଦ୍ଧ ପ୍ରଧାନ,ଜିଲ୍ଲା ସମ୍ପାଦକ ଅକୁର ହରପାଲ,ଅଳ୍ପସଂଖ୍ୟକ ମୋର୍ଚ୍ଚାର ଜିଲ୍ଲା ସଭାପତି ପତ୍ଵନ୍ତ ସିଂହ,ଜିଲ୍ଲା ପରିଷଦ ସଭ୍ୟ ଦୟାନିଧି ନାଏକ,ନଗର ମଣ୍ଡଳର ସାଧାରଣ ସମ୍ପାଦକ ପ୍ରଦୀପ କୁମାର ଦାସ, ଶୋଭାଗିନୀ ପାତ୍ର, ବିନିତା ଦାଶ, ମନୋଜ ନାଏକ, ନିରଞ୍ଜନ ଯୋଶୀ, କୁଲବୀର ସିଂହ,ସତ୍ୟ ନାରାୟଣ ବିଶି,କିସାନ ମୋର୍ଚ୍ଚାର ଜିଲ୍ଲା ସଭାପତି ସୁଧୀର ମୁଣ୍ଡ,ବିଜୟ ମହାରଣା, ରାକେଶ ଶର୍ମା,ବିଭିନ୍ନ ପଦାଧିକାରୀ ଓ ବରିଷ୍ଠ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।
ଏହି ଅବସରରେ ଆମେ ସ୍ୱଚ୍ଛତା ଅଭିଯାନ କରିବା ସହିତ ପୌରପାଳିକାର ସ୍ୱଚ୍ଛତା କର୍ମଚାରୀମାନଙ୍କୁ ଦଳ ତରଫରୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ମାନିତ କରିଥିଲୁ। ସମାଜକୁ ସ୍ୱଚ୍ଛ ଓ ସୁସ୍ଥ ରଖିବାରେ ସେମାନଙ୍କର ଅବଦାନ ଅତ୍ୟନ୍ତ ପ୍ରଶଂସନୀୟ।
ପରିଶେଷରେ ଜିଲ୍ଲାର ବରିଷ୍ଠ ଉପସଭାପତି ଶ୍ରୀ ରୂପେଶ ଜେନ୍ ସମସ୍ତ ଅତିଥି, ପଦାଧିକାରୀ, କର୍ମକର୍ତ୍ତା ଓ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ।
ସ୍ୱଚ୍ଛତା ହିଁ ସେବା।
ସେବା ହିଁ ସଂକଳ୍ପ। 🇮🇳
#ସେବାସଂକଳ୍ପଅଭିଯାନ #ସ୍ୱଚ୍ଛଭାରତ #ସ୍ୱଚ୍ଛତାହିଁସେବା #Kalahandi #BJP
