*ସେକ୍ଟର ସ୍ତରରେ ‘ସ୍ୱଚ୍ଛତା ହିଁ ସେବା’ କାର୍ଯ୍ୟକ୍ରମ-୨୦୨୬*
ନୂଆପଡା(ମିଖାଏଲ ନନ୍ଦ)
ତା-୦୨/୧୦
ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ତୁକଳା ଗ୍ରାମ ପଂଚାୟତ ର ଉପେନ୍ଦ୍ର ପ୍ରଭାକର ମହାବିଦ୍ୟାଳୟ ଠାରେ ଖଡ଼ିଆଳ ବ୍ଲକର ସେକ୍ଟର ସ୍ତରୀୟ ସ୍ୱଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ସ୍ୱଛତା କର୍ମୀ ମାନଙ୍କୁ ନେଇଁ ବିଭିନ୍ନ ପ୍ରତିଯୋଗିତା ମାନ ଅନୁଷ୍ଠିତ ହୋଇଥିଲା। ପ୍ରଥମେ ତୁକଳା ସରପଞ୍ଚ ନିଁଳେନ୍ଦ୍ରି ମେହେର ଙ୍କ ନେତୃତ୍ୱ ରେ ସ୍ୱଛତା କର୍ମୀ ମାନେ ସ୍ଲୋଗାନ ଦେଇ ଗାଁ ପରିକ୍ରମା କରିଥିଲେ। ତୁକଳା ମହାବିଦ୍ୟାଳୟ ପଡିଆରେ ଚାମଚ ଦୌଡ଼ ଓ ଛୁଞ୍ଚି ଦୌଡ଼ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଠିକ ସେହିପରି ମହାବିଦ୍ୟାଳୟ ରେ ରଙ୍ଗୋଲି ଓ ସାଧାରଣ ଜ୍ଞାନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ପୁରସ୍କାର ବିତରଣ ଉତ୍ସବ ରେ ମୁଖ୍ୟ ଅତିଥି ଭାବରେ ପଂଚାୟତ ସମିତି ଅଧ୍ୟକ୍ଷl ପୁଷ୍ପାଞ୍ଜଳି ନନ୍ଦ, ସମ୍ମାନିତ ଅତିଥି ଭାବରେ ପଂଚାୟତ ସମିତି ଉପାଧ୍ୟକ୍ଷ ଗୌତମ ତାଣ୍ଡି, ଉପେନ୍ଦ୍ର ପ୍ରଭାକର ମହାବିଦ୍ୟାଳୟ ଅଧ୍ୟକ୍ଷ ବିଘ୍ନରାଜ ଦାସ ଓ ସାମାଜିକ କର୍ମୀ ମହେନ୍ଦ୍ର ଯୋଶୀ ମଂଚାସୀନ ହୋଇ ପ୍ରତିଯୋଗୀ ମାନଙ୍କର ଉତ୍ସାହ ବର୍ଦ୍ଧନ କରିଥିଲେ। ବିଭୂତି ଭୂଷଣ ବିଶି ମଞ୍ଚ ପରିଚାଳନା କରିଥିବା ବେଳେ ବିଆରସି ବିପିନ ବିହାରୀ ଯୋଶୀ ଧନ୍ୟବାଦ ଅର୍ପଣ କରିଥିଲେ। ଚମଚ ଦୌଡ଼ ପ୍ରତିଯୋଗିତା ରେ ପଥମ ସଂଯୁକ୍ତା ଶବର, ଦ୍ଵିତୀୟ ଶୋଭା ପଟେଲ, ତୃତୀୟ ଇନ୍ଦିରା ସିଂ ଦେଓ। ଛୁଞ୍ଚି ସୁତା ଦୌଡ଼ ପ୍ରତିଯୋଗିତା ରେ ସଂଯୁକ୍ତା ଶବର ପ୍ରଥମ, ଭଜମନ୍ତୀ ମାଝୀ ଦ୍ଵିତୀୟ, ମାଳତୀ ସଗରିଆ ତୃତୀୟ ସ୍ଥାନ ଅଧିକାର କରିଥିଲେ। ରଙ୍ଗୋଲି ପ୍ରତିଯୋଗିତା ରେ ବିରିଘାଟ ସେକ୍ଟର ପ୍ରଥମ, ବାଦୀ ସେକ୍ଟର ଦ୍ଵିତୀୟ ଓ ଡୁଆଝର ସେକ୍ଟର ତୃତୀୟ ସ୍ଥାନ ଅଧିକାର କରିଥିଲେ। ସାଧାରଣ ଜ୍ଞାନ ପ୍ରତିଯୋଗିତା ରେ ସୁମିତ୍ରା ଚଳାନ ପ୍ରଥମ, ସୌଖିନ ଦାସ ଦ୍ଵିତୀୟ, ଲଳିତା ହାତୀ ଓ ମେନକା ବଛା ତୃତୀୟ ସ୍ଥାନ ଅଧିକାର କରିଥିଲେ। କାର୍ଯ୍ୟକ୍ରମ ରେ ଉପେନ୍ଦ୍ର ପ୍ରଭାକର ମହାବିଦ୍ୟାଳୟ ର ସମସ୍ତ କର୍ମଚାରୀ ଓ ଛାତ୍ରଛାତ୍ରୀ ସହଯୋଗ କରିଥିଲେ।
