ଦିନ ଦ୍ୱିପ୍ରହରେ ଦୋକାନରେ ଚୋରି ଉଦ୍ୟମ
ସିସିଟିଭିରେ କଏଦ ହେଲା ସନ୍ଦିଗ୍ଧ ଯୁବକଙ୍କ କାରନାମା
ସିନାପାଲି:୩/୧୦ (ଧର୍ମେନ୍ଦ୍ର କୁମାର ଗହିର)(ନୀପ୍ର) ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ଅନ୍ତର୍ଗତ ଘଣ୍ଟିଗୁଡ଼ା–ନନ୍ଦିଗାଁ ଛକ ନିକଟରେ ଥିବା ଏକ କମ୍ପ୍ଲେକ୍ସରୁ ଚୋରି ଉଦ୍ୟମ ହୋଇଥିବା ଅଭିଯୋଗ ହୋଇଛି। ଦିନ ଦ୍ୱିପ୍ରହରରେ ଜଣେ ସନ୍ଦିଗ୍ଧ ଯୁବକ କମ୍ପ୍ଲେକ୍ସରେ ପଶି ଦୋକାନର ସଟର ଖୋଲିବାକୁ ଉଦ୍ୟମ କରିଥିବା ବେଳେ ଏହି ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଛି। ସୂଚନା ଅନୁଯାୟୀ, ଗତକାଲି ଦ୍ୱିପ୍ରହର ସମୟରେ ଯୁବକଜଣକ କମ୍ପ୍ଲେକ୍ସ ନିକଟକୁ ଆସିଥିଲେ। ଆଖପାଖରେ କେହି ନଥିବାର ସୁଯୋଗ ନେଇ ଦୋକାନର ସଟର ଖୋଲିବାକୁ ଚେଷ୍ଟା କରିଥିଲେ। ତେବେ ସଟର ଖୋଲି ନପାରିବାରୁ ସେ ସେଠାରୁ ସିସିଟିଭି ଭାଙ୍ଗି ଚାଲିଯାଇଥିବା ଜଣାପଡ଼ିଛି।
ପରେ ଦୋକାନୀ ସିସିଟିଭି ଫୁଟେଜ୍ ଯାଞ୍ଚ କରିବା ପରେ ଚୋରି ଉଦ୍ୟମ ଘଟଣା ସାମ୍ନାକୁ ଆସିଥିଲା। କମ୍ପ୍ଲେକ୍ସ ଓ ରାସ୍ତା ପାର୍ଶ୍ୱରେ ଲାଗିଥିବା ସିସିଟିଭିରେ ସନ୍ଦିଗ୍ଧ ଯୁବକଙ୍କ ଗତିବିଧି କଏଦ ହୋଇଛି। ଘଟଣାକୁ ନେଇ ଦୋକାନୀମାନଙ୍କ ମଧ୍ୟରେ ଚିନ୍ତା ପ୍ରକାଶ ପାଇଥିବା ବେଳେ ସିନାପାଲି ପୁଲିସ ଘଟଣାର ତଦନ୍ତ କରି ସମ୍ପୃକ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରିବାକୁ ଦାବି ହୋଇଛି ।ଏହି ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।
