*ପ୍ରେସ ବିଜ୍ଞପ୍ତି*
ଅକ୍ଟୋବର ୨ ରେ ସୋର ବ୍ୟବସାୟ ସଂଘ ପାଳିବ ନୋ ୟୁପି ଆଇ ଡେ
ସୋର (ଭଞ୍ଜଦୂତ, ଜ୍ୟୋତିପ୍ରକାଶ ଦୀକ୍ଷିତ, ନିପ୍ର):::ଭାରତ ସରକାରଙ୍କ ପ୍ରସ୍ତାବିତ ଏମ୍ ଡି ଆର୍ ଟିକସ ପ୍ରତିବାଦରେ ଆସନ୍ତା କାଲି ଅକ୍ଟୋବର ୨ ତାରିଖରେ ସୋରରେ ସମସ୍ତ ବ୍ୟବସାୟୀ ନୋ ୟୁପି ଆଇ ଡେ ପାଳନ କରିବାକୁ ଯାଉଛନ୍ତି। ଅତୀତରେ ଭାରତ ସରକାର କେସ ଲେସ ଟ୍ରାଜେକ୍ସନ କୁ ପ୍ରୋତ୍ସାହିତ କରିଥିବା ବେଳେ ସାରା ପୃଥିବୀରେ ଭାରତ ବର୍ଷ ଏଥିରେ ସର୍ବାଗ୍ରେ ଅଛି। ମାତ୍ର ପୁନଶ୍ଚ ଏହା ଉପରେ ଟିକସ ଲାଗୁ କରିବା ଦ୍ୱାରା ପରୋକ୍ଷ ଭାବେ ଏହି ଟିକସ ପରିମାଣ ମୂଳ ଦର ବୃଦ୍ଧି ରେ ସହାୟକ ହେବ। ଏହା ଦ୍ବାରା ଖାଉଟି ହଇରାଣ ହେବା ସଙ୍ଗେ ସଙ୍ଗେ ଛୋଟ ଏବଂ ମଧ୍ୟମ ବ୍ୟବସାୟୀ ମାନେ ଜଟିଳ ହିସାବ କିତାବ ରଖିବାକୁ ବାଧ୍ୟ ହେବେ। ଏହି ପ୍ରସ୍ତାବିତ ଟିକସ ଖାଉଟି ତଥା ବ୍ୟବସାୟୀ ମାନଙ୍କ ପାଇଁ ଗ୍ରହଣୀୟ ନୁହେଁ। ତେଣୁ କେନ୍ଦ୍ର ସରକାର ଏହି ପ୍ରସ୍ତାବିତ ଏମ୍ ଡି ଆର୍ ଟିକସ ପ୍ରସ୍ତାବକୁ ପ୍ରତ୍ୟାହାର କରିବାକୁ ସର୍ବ ଭାରତୀୟ ବ୍ୟବସାୟୀ ସଂଘ ପକ୍ଷରୁ ଦାବି କରାଯାଇଛି। ଏହାକୁ ସୋର ବ୍ୟବସାୟୀ ସଂଘ ଦୃଢ଼ ସମର୍ଥନ କରିବା ସଙ୍ଗେ ସଙ୍ଗେ ଆସନ୍ତା କାଲି ସମସ୍ତ ନେଣ ଦେଣ ନଗଦ ଆକାରରେ ହେବ ବୋଲି ସଂଗଠନର ସଭାପତି ସନ୍ତୋଷ କୁମାର ମହାନ୍ତି ସୂଚନା ଦେଇଥିବା ବେଳେ ଜନସାଧାରଣଙ୍କୁ ଏଥିରେ ସହଯୋଗ କରିବା ପାଇଁ ବିଶେଷ ଅନୁରୋଧ କରିଛନ୍ତି।
