ବିମ୍ବୋଳ ନଟକଟା ସାହି ବାସିନ୍ଦା ୮ ଦିନ ହେଲା ଅନ୍ଧାରରେ ୪୦ ପରିବାର,ଇଲେକ୍ଟ୍ରି ଅଫିସ ଆଗରେ ଟାୟାର ଜାଳି ବିକ୍ଷୋଭ ଓ ଧାରଣା।
ଢେଙ୍କାନାଳ ସଦର : ମଧୁସାହୁପାଟଣା ପଞ୍ଚାୟତ ବିମ୍ବୋଳ ନଟକଟା ସାହିରେ ବିଦ୍ୟୁତ୍ ସମସ୍ୟା ଉଗ୍ର ରୂପ ନେଇଛି। ୪୦ ପରିବାର ଆଜିକୁ ୮ ଦିନ ହେଲା ଲାଇନ୍ ବିନା ଅନ୍ଧାରରେ ରହୁଛନ୍ତି। ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନଥିବାରୁ ଅସନ୍ତୁଷ୍ଟ ହୋଇ ଆଜି ସାହି ବାସିନ୍ଦା କୋଇଲିପଙ୍ଗି ଇଲେକ୍ଟ୍ରି ଅଫିସ ଆଗରେ ଟାୟାର ଜାଳି ବିକ୍ଷୋଭ ପ୍ରଦର୍ଶନ ଓ ଧାରଣା ଦେଇଛନ୍ତି। ସାହିରେ ଛୋଟ ପିଲା,ବୃଦ୍ଧ,ବୃଦ୍ଧା ଏବଂ ଛାତ୍ରଛାତ୍ରୀ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତୁରନ୍ତ ବିଦ୍ୟୁତ୍ ସେବା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି। ଢେଙ୍କାନାଳ ରୁ ରିପୋର୍ଟର ବିଷ୍ଣୁ ଚରଣ ସାହୁ ।
