ଚଣ୍ଡିଖୋଲ ରେ ନବ ନିର୍ମାଣ ଯୁବ ଛାତ୍ର ସଙ୍ଗଠନର ଓଡ଼ିଶା ବନ୍ଦ ପ୍ରଭାବ ଶୂନ୍ୟ।
ଚଣ୍ଡିଖୋଲ (ଭଞ୍ଜ ଦୂତ, ଅମିତ ମହାନ୍ତି )ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଇସ୍ତଫା, ଛାତ୍ର ଛାତ୍ରୀ ମାନଙ୍କୁ ନୂଆ ସଂଶୋଧିତ ପୁସ୍ତକ ପ୍ରଦାନ, ରାଜ୍ୟ ସଂଯୋଜକ ମନ୍ ୱର୍ ଅଲ୍ଲି ଓ ନବନିର୍ମାଣ କୃଷକ ସଂଗଠନର ପ୍ରତିଷ୍ଠାତା ଅକ୍ଷୟ କୁମାର ଚଳାଇ ଆସିଥିବା ଅନଶନ କୁ ସମର୍ଥନ କରି ଆଜି ନବ ନିର୍ମାଣ ଯୁବ ଛାତ୍ର ସଙ୍ଗଠନ ଓ କୃଷକ ସଙ୍ଗଠନ ତତଫରୁ ଡାକରା ଦିଆଯାଇଥିବା ଓଡ଼ିଶା ବନ୍ଦ ଚଣ୍ଡିଖୋଲ ରେ ପ୍ରଭାବ ହୀନ ହୋଇଛି। ହାତ ଗଣତି କେତେ ଜଣ କର୍ମି ଚଣ୍ଡିଖୋଲ ଛକ ଟ୍ରାଫିକ ନିକଟରେ ୧୬ ନମ୍ୱର୍ ଜାତୀୟ ରାଜପଥ ଅବରୋଧ କରିଥଲେ। ଅଳ୍ପ ସମୟ ପାଇଁ ଗାଡ଼ି ମଟର ଯାତାୟାତ ବନ୍ଦ୍ ରହିଥିଲା ମାତ୍ର ବଡଚଣା ପୋଲିସ ରାସ୍ତା ଅବରୋଧ କାରି ଙ୍କୁ ଉଠାଇ ନେବା ଫଳାରେ ଗାଡ଼ି ମଟର ଯାତାୟାତ ସ୍ଵାଭାବିକ ହୋଇଥଲା। ଆଜି ମାସ ଶେଷ ବୁଧ ବାର ହୋଇଥିବାରୁ ଚଣ୍ଡିଖୋଲ ଛକର ଦୋକାନ ବଜାର ବନ୍ଦ ରହିଥିଲା। ହେଲେ ଓଡ଼ିଶା ବନ୍ଦର କୌଣସି ପ୍ରଭାବ ଚଣ୍ଡିଖୋଲ ଛକରେ ପଡି ନଥିଲା। ନବ ନିର୍ମାଣ କୃଷକ ନେତା ଅଶୋକ କୁମାର ଶାନ୍ତି ଙ୍କ ନେତୃତ୍ବରେ ନଗେଶ ଚନ୍ଦ୍ର ଜେନା, ଅରୁଣ କୁମାର ପ୍ରଧାନ, ଦେବେନ୍ଦ୍ର ପଣ୍ଡା, ଚୌଧୁରୀ ଜେନା, ଅଜୟ ରାଉତ,ଅଜୟ ମିଶ୍ର ସୁଭାଷ କୁମାର ଖଣ୍ଡାୟୀ, ପ୍ରସନ୍ନ ସ୍ଵାଇଁ, ଶିଶିର କୁମାର ସେନାପତି, କୁମର ପ୍ରଧାନ, ଦାମୋଦର ସ୍ବାଇଁ କପ୍ରଶାନ୍ତ ସ୍ଵାଇଁ ଶିଶିର କୁମାର ମହାପାତ୍ର, ବସନ୍ତ ପରିଡ଼ା ପ୍ରମୁଖ ଆନ୍ଦୋଳନରେ ସାମିଲ ହୋଇଥିଲେ। ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ବଡଚଣା ଥାନା ଅଧିକାରୀ ଜଗଦୀଶ କର,ଚଣ୍ଡିଖୋଲ ଫାଣ୍ଡି ଅଧିକାରୀ ସୁଶାନ୍ତ କୁମାର ଦାସ ପୋଲିସ ଫୋର୍ସ ସହିତ ଉପସ୍ଥିତ ଥିଲେ।
