*ନୂଆପଡ଼ା ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ସାଲିହା ସ୍ୱାଧୀନ ସଂଗ୍ରାମ ର ସ୍ମୃତି ଦିବସ ପାଳିତ, ସାଲିହା ନୂଆପଡ଼ା ଜିଲ୍ଲାର ସ୍ୱାଭିମାନ ଏବଂ ଗର୍ବ, ଏହାର ବିକାଶ ଅନିବାର୍ଯ୍ୟ ଅଟେ ଜିଲ୍ଲାପାଳ*।
ନୂଆପଡା(ମିଖାଏଲ ନନ୍ଦ)
ତା:୩୦.୦୯.
ନୂଆପଡ଼ା ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ସାଲିହା ଠାରେ ପ୍ରାଥମିକ ସ୍ୱାଧୀନ ସଂଗ୍ରାମ ର ସ୍ମୃତି ଦିବସ ପାଳିତ, ସାଲିହା ନୂଆପଡ଼ା ଜିଲ୍ଲାର ସ୍ୱାଭିମାନ ଏବଂ ଗର୍ବ, ଏହାର ବିକାଶ ଅନିବାର୍ଯ୍ୟ ଅଟେ ବୋଲି ଜିଲ୍ଲାପାଳ ମଧୁସୂଦନ ଦାସ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଅଞ୍ଚାଲବସୀଙ୍କୁ ଉଦବୋଧନ ଦେଇଥିଲେ। ସାଲିହା ଗଡ ସହିଦ ସ୍ମୃତି ପରିଷଦ ଏବଂ ପ୍ରଥମ କରି ଚଳିତ ବର୍ଷ ସରକାରଙ୍କ ପର୍ଯ୍ୟଟନ ବିଭାଗ ମିଳିତ ଆନୁକୂଲ୍ୟରେ ସାଲିହା ସ୍ୱାଧୀନ ସଂଗ୍ରାମ ର ସ୍ମୃତି ଦିବସ ପାଳିତ ହୋଇଯାଇଅଛି। ଆଜକୁ ୯୬ ବର୍ଷ ପୂର୍ବେ ୧୯୩୦ ମସିହା ସେପ୍ଟେମ୍ବର ୩୦ ତାରିଖ ଦିନ ସଲିହା ଗ୍ରାମ ଠାରେ ପାଖ ପାଖି ଅଞ୍ଚଳର ୪୦ ଗୋଟି ଗ୍ରାମର ନାଗରିକ ମାନେ ଏକତ୍ର ହୋଇ ଇଂରେଜ ବିରୁଦ୍ଧରେ ପ୍ରାଣୀ ଚାରଣ କର ଏବଂ ଜଙ୍ଗଲରୁ ଜାଳେଣି କାଠ ସଂଗ୍ରହ କର ଲାଗୁ କରିଥିଲେ। ତାର ପ୍ରତିବାଦ ରେ ସମସ୍ତେ ଏକତ୍ର ହୋଇ ଏହାର ତୀବ୍ର ବିରୋଧ କରିଥିଲେ। ଏହି ସଭା କୁ ଭଣ୍ଡୁର କରିବା ନେଇ ଇଂରେଜ ସରକାର ସିପାହୀ ଆସି ଲାଠି ଏବଂ ଗୁଳି ଚାଳନା କରିଥିଲା। ସ୍ୱାଧୀନ ସଂଗ୍ରାମୀ ମାନେ ବୈଠକ ସ୍ଥଳରେ ଲାଠି କୁ ପୋଡ଼ି ଦେଇଥିବା ବେଳେ ଗୁଳି ଚାଳନା କରିଥିଲେ। ଦୁଇଜଣ ସଂଗ୍ରାମୀ କେଜୁଦାଶ ଏବଂ କାର୍ତ୍ତିକ ଶବର ଆହତ ହୋଇଥିଲେ। ଅନେକ ଙ୍କୁ ଗିରଫ କରି ମହାସମୁନ ଏବଂ ରାୟପୁର ଜେଲ ଭୋଗ କରିଥିଲେ। ଏହି ସ୍ୱାଧୀନ ସଂଗ୍ରାମ କୁ ସ୍ମୃତି ରେ ସାଲିହା ସ୍ମୃତି ସ୍ତମ୍ଭ ନିର୍ମାଣ କରି ୧୯୮୫ ମସିହାରୁ ସ୍ମୃତି ସଭା ପାଳିତ ହୋଇଆସୁଅଛି। ଗତ ବର୍ଷ ପ୍ରଥମ କରି ସରକାରଙ୍କ ପର୍ଯ୍ୟଟନ ବିଭାଗ ପକ୍ଷ ରୁ ସ୍ୱାଧୀନ ସଂଗ୍ରାମ ସ୍ମୃତି ଦିବସ ପାଳିତ ହୋଇଅଛି। ଜିଲ୍ଲାପାଳ ମଧୁସୂଦନ ଦାସ, ଏସପି ଅମୃତ ପାଲ ସିଂ, ପୂର୍ବତ୍ତନ ସାଂସଦ ଚୁନିଲାଲ ସାହୁ, ପ୍ରାକ୍ତନ କଲେଜ ଅଧ୍ୟକ୍ଷ ଡଃ.ଫାନିନ୍ଦମ୍ ଦେଓ, ମୁଖ୍ୟ ବକ୍ତା ରୂପେ ବାସୁଦେବ ସୁନାନି, ବ୍ଲକ ଅଧ୍ୟକ୍ଷା ତାରେଶ୍ୱାରୀ ସାହୁ, ଖରୀଆର ରୋଡ ନଗର ଅଧ୍ୟକ୍ଷା ଡଃ.ସୋନିଆ ଜୈନ, ଯୋଗ ଦେଇଥିବା ବେଳେ ଖାମ ସିଂ ମାଝୀ ଅଧ୍ୟକ୍ଷତା କରିଥିଲେ। ଜିଲ୍ଲା ଉନ୍ନୟନ ପରିଷଦ ଅଧ୍ୟକ୍ଷ ହୋମ୍ ସିଂ ମାଝୀ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏହି ଅବସରରେ ଅନୁଷ୍ଠିତ ପ୍ରତିଯୋଗିତା କୃତି ଛାତ୍ର ଛାତ୍ରୀଙ୍କୁ ପୁରକୃତ୍ କରିଥିଲେ। ସ୍ୱାଧୀନ ସଂଗ୍ରାମୀ ପରିବାର ଙ୍କୁ ସମ୍ମାନିତ କରି ସମ୍ବର୍ଦ୍ଧିତ କରିଥିଲେ।
