୧୦ ଲକ୍ଷ ଟଙ୍କା ସରକାରୀ ଅନୁକମ୍ପା ହାତେଇବା ପାଇଁ ଗଛ ପଡି ଶ୍ରମିକ ମୃତ୍ୟୁ ଘଟଣାକୁ ହାତୀ ଆକ୍ରମଣରେ ମୃତ୍ୟୁ ହୋଇଥିବା ଚକ୍ରାନ୍ତ କରିବା ପଡିଲା ମହଙ୍ଗା l
ପରଜଙ୍ଗ (ନିପ୍ର ଗୋକୁଳାନନ୍ଦ ବେହେରା)ଢେଙ୍କାନାଳ ଜିଲ୍ଲାରେ ହାତୀ ଆକ୍ରମଣରେ ଚାଷୀଙ୍କ ମୃତ୍ୟୁ ଘଟଣାକୁ ନେଇ ଆସିଛି ନୂଆ ମୋଡ଼। ହାତୀ ଆକ୍ରମଣ ନୁହେଁ, ବରଂ ଗଛ ପଡ଼ି ଚାଷୀଙ୍କ ମୃତ୍ୟୁ ହୋଇଥିବା ତଦନ୍ତରୁ ଜଣାପଡ଼ିଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି।କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ଅନ୍ତର୍ଗତ କଙ୍କିଳି ସଂରକ୍ଷିତ ଜଙ୍ଗଲରେ ଗଛ କାଟୁଥିବା ବେଳେ ତାହା ଖସିପଡ଼ି କେନ୍ଦୁପଶି ଗାଁର ବୁଲା ମହାରଣାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି।ଏହି ଘଟଣାକୁ ହାତୀ ଆକ୍ରମଣଜନିତ ମୃତ୍ୟୁ ଭାବେ ଦର୍ଶାଇ ୧୦ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ହାତେଇବାକୁ ଯୋଜନା ହୋଇଥିବା ବନ ବିଭାଗ ତଦନ୍ତରେ ସାମ୍ନାକୁ ଆସିଥିବା କୁହାଯାଇଛି।
ଏହି ଘଟଣାରେ ପରଜଙ୍ଗ ଥାନା ତୁଳସୀପଶି ଗାଁର ରାଜକିଶୋର ସାହୁଙ୍କୁ ବନ ବିଭାଗ ଗିରଫ କରିଛି। ଏଥିସହ ସଂରକ୍ଷିତ ଜଙ୍ଗଲରୁ କଟାଯାଇଥିବା କାଠ ମଧ୍ୟ ଜବତ କରାଯାଇଛି।ତେବେ ଘଟଣାର ସମସ୍ତ ଦିଗ ନେଇ ତଦନ୍ତ ଓ ଆଇନଗତ ପ୍ରକ୍ରିୟା ଆଗକୁ କେଉଁ ମୋଡ଼ ନେଉଛି, ତାହା ଉପରେ ରହିଛି ନଜର
