(ଟିକି ଲିମା) ପ୍ରତିନିଧି
ରାୟଗଡା,
ଶିକ୍ଷା ମାଧ୍ୟମରେ ଗ୍ରାମ ଓ ଜୀବନର ପରିବର୍ତ୍ତନ ଘଟାଇବା ଲକ୍ଷ୍ୟରେ, ସେଣ୍ଟର ଫର୍ କମ୍ୟୁନିଟି ଡିଭେଲପମେଣ୍ଟ (ସିସିଡି) ତରଫରୁ ରାୟଗଡ ବ୍ଲକର ୭ଟି ଗ୍ରାମର ୨୯ ଜଣ ଏକକ ମାତୃ-ପିତୃ ହୀନ, ପାଠ ଛାଡ଼ିଥିବା ଓ ଅତ୍ୟନ୍ତ ଆବଶ୍ୟକତାମୂଳକ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଉଦ୍ଦେଶ୍ୟରେ ପ୍ରତ୍ୟେକଙ୍କୁ ₹10,000 କରି ଅର୍ଥିକ ସାହାଯ୍ୟ ବଣ୍ଟନ କରାଯାଇଛି।
ଏହି କାର୍ଯ୍ୟକ୍ରମଟି ରାୟଗଡା ବ୍ଲକ କଂଫରେନ୍ସ ହଲରେ ଅନୁଷ୍ଠିତ ହୋଇଥିଲା, ଯାହାରେ ବ୍ଲକ ଉନ୍ନୟନ ଅଧିକାରୀ ସନ୍ତଶ ବାରିକ ଗୋଷ୍ଟି ଉନ୍ନୟନ ଅଧିକାର, ରାୟଗଡମୁଖ୍ୟ ଅତିଥି ଭାବରେ ଉପସ୍ଥିତ ଥିଲେ। ସେ ସ୍ୱୟଂ ନିଜ ଛାତ୍ରଜୀବନ ର ଅଭିଜ୍ଞତା ସହ ଜୀବନରେ ଘଟିଥିବା ଘଟଣା ବିଷୟରେ କହିଥିଲେ ଓ ଛାତ୍ରଛାତ୍ରୀଙ୍କୁ ପ୍ରେରଣା ଦେଲେ ଓ ସଂଘର୍ଷ କରି ସଫଳତା ଲାଭ କରିବାକୁ ଉତ୍ସାହିତ କରି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ପାଇଁ ପ୍ରେରଣା ଦେଲେ। ସିସିଡି ର ନିର୍ଦ୍ଦେଶକ ଏ. ଜଗନ୍ନାଥ ରାଜୁ ଏହି ଉଦ୍ୟମକୁ ଏଫ୍ ଏଫ୍ ଭିଡ଼ିପି ( ପରିବାରକୁ କେନ୍ଦ୍ର କରି ଗ୍ରାମ ର ଉନ୍ନୟନ କାର୍ଯ୍ୟକ୍ରମ) ର ଏକ ଅଂଶ ବୋଲି କହି ଶିକ୍ଷା ଓ ଗ୍ରାମ ଉନ୍ନତି ପ୍ରତି ସିସିଡି ର ସମର୍ପଣକୁ ଉଲ୍ଲେଖ କରିଛନ୍ତି।
ଏହି କାର୍ଯ୍ୟକ୍ରମ ଅଧୀନରେ ୨୯ ଜଣ ଛାତ୍ରଛାତ୍ରୀ ପ୍ରତିଜନ ₹10,000 କରି, ମୋଟ ₹2,90,000 ଅର୍ଥିକ ସାହାଯ୍ୟ ପ୍ରଦାନ କରାଯାଇଛି। ଏହା ଦ୍ୱାରା ଛାତ୍ରଛାତ୍ରୀମାନେ ବିଦ୍ୟାଳୟ ଫିସ, ପଢ଼ା ସାମଗ୍ରୀ, ଓ ଅନ୍ୟାନ୍ୟ ଖର୍ଚ୍ଚ ପୂରଣ କରିପାରିବେ।
ଏହି କାର୍ଯ୍ୟକ୍ରମ ସିସିଡି ଅନୁଷ୍ଠାନର ନିର୍ଦ୍ଦେଶକ ଏ. ଜଗନ୍ନାଥ ରାଜୁ ଓ ପ୍ରୋଗ୍ରାମ ମ୍ୟାନେଜର ବିଜୟ ପ୍ରଧାନଙ୍କ ତତ୍ତ୍ୱାବଧାନରେ, ପ୍ରୋଜେକ୍ଟ ଅଫିସର ଶ୍ରୀ ଦେବାଶିଷ ପାଇକଙ୍କ ଦ୍ୱାରା ପରିଚାଳିତ ହୋଇଥିଲା ଏବଂ ବି. ମାନସା , ନିରଞ୍ଜନ ପାଣିଗ୍ରାହୀ ସହଯୋଗ କରିଥିବାବେଳେ, ସମ୍ପୃକ୍ତ ୭ ଗ୍ରାମର କମ୍ୟୁନିଟି ଏଜୁକେଟରମାନେ ମଧ୍ୟ ଉପସ୍ଥିତ ଥିଲେ।
