ନିଶାମୁକ୍ତି ଭାରତ ଅଭିଯାନ କାର୍ଯ୍ୟକ୍ରମ
ବନ୍ତ /ଆଗରପଡ଼ା . ମାର୍କଣ୍ଡେ ଧଡ଼ା (ନିପ୍ର)କାଦବରାଙ୍ଗ ପିଏମଶ୍ରୀ ହାଇସ୍କୁଲ ପରିସରରେ ଆଗରପଡ଼ା ଥାନା ପକ୍ଷରୁ ନିଶାମୁକ୍ତି ଭାରତ ଅଭିଯାନ, ସାଇବର ସଚେତନତା ଓ ନୂଆ ଅପରାଧିକ ଆଇନ ସଂପର୍କୀତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଥାନାଧିକାରୀ ରାଜେଶ ସେଠୀ ଏହି ସଂପର୍କରେ ବିସ୍ତୃତ ଭାବେ ଛାତ୍ରଛାତ୍ରୀମାନଙ୍କୁ ଅବଗତ କରିଥିଲେ I ଥାନା ଏସଆଇ ଇଭାରାଣୀ ପରିଡ଼ା ମଧ୍ୟ ଉପରୋକ୍ତ କାର୍ଯ୍ୟକ୍ରମ ସଂପର୍କରେ ବୁଝାଇ ଥିଲେ । ହାଇସ୍କୁଲ ପ୍ରଧାନଶିକ୍ଷକ ବିମଳ ଦାସ ଏଥିରେ ସଭାପତିତ୍ଵ କରିଥିଲେ ।
