ଚୋରୀ ବିଦ୍ୟୁତ ତାର ଆଗରପଡ଼ାରୁ ଜବତ୍
ବନ୍ତ /ଆଗରପଡ଼ା, (ମାର୍କଣ୍ଡ ଧାଡ )(ନିପ୍ର) ବନ୍ତ ଥାନା ଅନ୍ତର୍ଗତ ଦେବତାଗଡ଼ିଆ ଅଞ୍ଚଳରୁ ଚୋରୀ ହୋଇଥିବା ବିଦ୍ୟୁତ ତାର ଆଗରପଡ଼ାସ୍ଥିତ ଏକ ସ୍କ୍ରାପ ଗୋଦାମରୁ ପୋଲିସ ଜବତ୍ କରିଛି । ଗତ ୨୩ ତାରିଖରେ ଦେବତାଗଡ଼ିଆ ଅଞ୍ଚଳରୁ ପ୍ରାୟ ୯୫ ହଜାର ଟଙ୍କାରୁ ଉର୍ଦ୍ଧ୍ବ ୧୧କେଭି ବିଦ୍ୟୁତ ତାର ଚୋରୀ ହୋଇଥିବାର ଥାନାରେ ଅଭିଯୋଗ ହୋଇଥିଲା । ଏହି ସଂପର୍କରେ ବନ୍ତ ଥାନା କେସ ନଂ ୨୮୦/୨୬ରେ ମାମଲା ରୁଜ୍ଜୁ କରି ପୋଲିସ ତଦନ୍ତ ଚଲାଇ ଥିଲା। ଚଣ୍ଡିପୁର ଗ୍ରାମର ଅବଦୁଲ ମାଜିଦ ଖାଁଙ୍କୁ ପଚରାଉଚୁରା ସମୟରେ ଚୋରୀ ତାର ଆଗରପଡ଼ା ଏକ ସ୍କ୍ରାପ ଗୋଦାମରେ ସେ ବିକ୍ରୀ କରିଥିଲା ବୋଲି ପୋଲିସ ଜାଣିବାକୁ ପାଇଥିଲା । ଗୋଦାମରେ ଚଢ଼ାଉ କରି ପୋଲିସ ଚୋରୀ ତାର ଓ ଏଥିରେ ବ୍ୟବହୃତ ଗାଡ଼ିକୁ ଜବତ୍ କରିଥିଲା । ଅଭିଯୁକ୍ତ ଦ୍ବୟଙ୍କୁ ପୋଲିସ ଗିରଫ କରିବା ସହ ଚୋରୀରେ ସଂପୃକ୍ତ ଅନ୍ୟମାନଙ୍କୁ ପୋଲିସ ଖୋଜୁଥିବାର ଜଣାପଡ଼ିଛି।
