*ତିର୍ତ୍ତୋଲ ବ୍ଲକରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି, ୨୧୯ ଅଭିଯୋଗରୁ ୨୬ର ତତ୍କାଳ ସମାଧାନ*
*ତିର୍ତ୍ତୋଲ:* ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ତିର୍ତ୍ତୋଲ ବ୍ଲକ କାର୍ଯ୍ୟାଳୟରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଛି।
ଜିଲ୍ଲାପାଳ ଶ୍ରୀ ଜେ. ସୋନାଲ ଉପସ୍ଥିତ ରହି ଜନସାଧାରଣଙ୍କ ଆପତ୍ତି ଅଭିଯୋଗ ଶୁଣିଥିଲେ। ଆଜି ମୋଟ ୨୧୯ଟି ଅଭିଯୋଗ ପଞ୍ଜୀକୃତ ହୋଇଥିଲା। ସେଥିମଧ୍ୟରୁ ବ୍ୟକ୍ତିଗତ ସମସ୍ୟା ୨୦୬ଟି ଓ ଗୋଷ୍ଠୀଗତ/ଗ୍ରାମ୍ୟ ସମସ୍ୟା ୧୩ଟି।
ବ୍ୟକ୍ତିଗତ ଅଭିଯୋଗ ମଧ୍ୟରେ ରାସନ କାର୍ଡ ୪୫ଟି, ଆବାସ ଯୋଜନା ୪୩ଟି, ଜମିଜମା ୧୯ଟି, ଭତ୍ତା ୭ଟି, ପୋଲିସ ସହାୟତା ୬ଟି ଓ ଅନ୍ୟାନ୍ୟ ୬୦ଟି ଅଭିଯୋଗ ରହିଛି। ୨୬ଟି ଅଭିଯୋଗର ଘଟଣାସ୍ଥଳରେ ସମାଧାନ କରାଯାଇଛି।
ଏହି ଶିବିରରେ ଆରକ୍ଷୀ ଅଧୀକ୍ଷକ ଅଙ୍କିତ କୁମାର ବର୍ମା, ଅତିରିକ୍ତ ଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟ, ମୁଖ୍ୟ ବିକାଶ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଅକ୍ଷୟ ପିଲ୍ଲେ, ତିର୍ତ୍ତୋଲ ବିଡ଼ିଓ, ତହସିଲଦାର ଓ ଜିଲ୍ଲା/ବ୍ଲକ ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।
