ଶାନ୍ତି ଲଜ ରେ ଝୁଲନ୍ତା ଅବସ୍ଥାରେ ଦମ୍ପତି ଙ୍କ ମୃତ ଦେହ ଉଦ୍ଧାର।
ଆଜି ସନ୍ଧ୍ୟା ରେ କୋରାପୁଟ ସହରର ଶାନ୍ତି ଲଜରୁ ଦମ୍ପତିଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାରକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି ଲଜର ୧୧୪ ନମ୍ବର ରୁମରୁ ଦମ୍ପତିଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ଦମ୍ପତି ଦାମନଯୋଡ଼ି ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ପତ୍ନୀ ବିଜୟଲକ୍ଷ୍ମୀ ଡାକୁଆ ବୋଲି ଜଣାପଡ଼ିଛି।
ଘଟଣା ସମ୍ପର୍କରେ ଖବର ପାଇ କୋରାପୁଟ ଟାଉନ ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି। ଏହାସହ ସାଇଣ୍ଟିଫିକ ଟିମ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ବିଭିନ୍ନ ଦିଗରୁ ତଦନ୍ତ ଆରମ୍ଭ କରିଛି। ଦମ୍ପତିଙ୍କ ମୃତ୍ୟୁର ପ୍ରକୃତ କାରଣ କଣ, ସେନେଇ ପୋଲିସ ତଦନ୍ତ ଜାରି ରହିଛି। ତଦନ୍ତ ପରେ ଘଟଣାର ସମ୍ପୂର୍ଣ୍ଣ ତଥ୍ୟ ସ୍ପଷ୍ଟ ହେବ। ବୋଲି ଜଣାପଡିଛି l ପ୍ରଥମେ ଲଜ ମେନେଜର ମନ୍ଦିର ସଂପାଦକ ଙ୍କୁ ଏ ବିଷୟରେ ଜଣାଇବା ପରେ ସେ ପୋଲିସ କୁ ଖବରଦେଇ ଥିଲେ l କୋରାପୁଟ ରୁ ଜିଲ୍ଲା ପ୍ରତିନିଧି ପ୍ରଶାନ୍ତ ଟାକ୍ରୀ ଭଞ୍ଜ ଦୂତ ଖବର କାଗଜ
