*ଶିଶୁମନ୍ଦିରରେ ମାତୃ କର୍ମଶାଳା କାର୍ଯ୍ୟକ୍ରମ*
°°°°°°°°°°°°°°°°°°°°°°°°°°°°°°°°°°
(ବଲାଙ୍ଗିରରୁ ପ୍ରଦୀପ କୁମାର ସା ଙ୍କ ରିପୋର୍ଟ)
ଅଦ୍ୟ ତାରିଖ 27/ 09/2026 ରବିବାର ଦିନ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଚନ୍ଦନଭାଟି ଠାରେ ଶିଶୁ ବାଟିକା ବିଭାଗର ଅରୁଣ, ଉଦୟ ଓ ପ୍ରଭାତ ଶ୍ରେଣୀର ମାଁମାନଙ୍କୁ ନେଇ ଏକ ଶୈକ୍ଷିକ କର୍ମଶାଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏଥିରେ ଶିଶୁ ବାଟିକା ବିଭାଗର ତିନି ଶ୍ରେଣୀ ରୁ ମୋଟ 163 ଜଣ ମାଁ ମାନେ ଆସି କର୍ମଶାଳା ରେ ଯୋଗଦେଇ ଥିଲେ ll ବିଦ୍ୟାଳୟର ପରିଚାଳନା ସମିତିର ସମ୍ପାଦକ ଡ. ଲକ୍ଷ୍ମଣ କୁମାର ମେହେର ମହାଶୟ ମାଁ ମାନଙ୍କର ଉଦ୍ଦେଶ୍ୟରେ ଆଶିର୍ବଚନ କରିଥିଲେ ll ପୁଣି ସେହି ପରିଚାଳନା ସମିତି ର ସହ ସଭାପତି ପ୍ରଭୁଦତ୍ତ ପ୍ରଧାନ ମହୋଦୟ ମାଁ ମାନଙ୍କର ଉଦ୍ଦେଶ୍ୟରେ ଅଭିଭାଷଣ ଦେଇଥିଲେ ll ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀ ପ୍ରଭୁଦତ୍ତ ବିଶି ସ୍ୱାଗତ ଭାଷଣ ସହ ଅତିଥିଙ୍କ ଅଧିକାରୀ ଙ୍କ ପରିଚୟ କରିଥିଲେ ll ସଂଯୋଜନା କାର୍ଯ୍ୟଟି ଦିଲୀପ ଥନାପତି କରି ଥିଲେ ll ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର କଦମ ପଡ଼ା, ବଲାଙ୍ଗିରର ଶିଶୁ ବାଟିକା ପ୍ରମୁଖା ଶ୍ରୀମତୀ ବିଦ୍ୟୁତରେଖା କର ଦ୍ୱୀପ ପ୍ରଜ୍ଜ୍ୱଳନ କରି ସମସ୍ତଙ୍କର ଶୁଭ ଓ ମଙ୍ଗଳ ମନାସି ଥିଲେ ଓ ମାଆ ମାନଙ୍କୁ କିଛି ଦିଗ ଦର୍ଶନ କରି ଥିଲେ ll କାର୍ଯ୍ୟକ୍ରମର ସ୍ୱରୂପ, କାର୍ଯ୍ୟକ୍ରମ ସୂଚୀ, ଯୋଜନା , ସାଫଲ୍ୟ କରିବାରେ ସ୍ଥାନୀୟ ଶିଶୁ ବାଟିକା ପ୍ରମୂଖା ଶ୍ରୀମତୀ ସରିତା ପାଣିଗ୍ରାହୀ ମହଶୟା ସମ୍ପୂର୍ଣ୍ଣ ଦାୟିତ୍ୱ ନେଇଥିଲେ ll ଏହି କାର୍ଯ୍ୟକ୍ରମରେ ବାଟିକା ବିଭାଗର 12 ଶୈକ୍ଷିକ କାଳାଂଶ ମଧ୍ୟରୁ କେତୋଟି ର କାଳାଂଶ ହେଇ ଥିଲା ଓ ଗୀତ, ନାଚ, ଶାରୀରିକ, ଗଳ୍ପ କଥନ, ଭାଷା ବିକାଶ, ରଙ୍ଗ କରିବା, କ୍ରିୟାକଳାପ, ଗଣିତ ଖେଳ, ଆଦି କାର୍ଯ୍ୟକ୍ରମ ହୋଇଥିଲା ll ମାଁମାନେ ଆଗ୍ରହ ତଥା ଆନନ୍ଦ ସହକାରେ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ ll ଏବଂ ଅତି ସୁନ୍ଦର ଓ ମୁଖ୍ୟ ଆକର୍ଷଣ ର ବିଷୟ ଥିଲା ସେହି କୁନି କୁନି ଶିଶୁମାନଙ୍କ ଦ୍ୱାରା କରl ଯାଇଥିବା ସ୍ୱାଗତ ସଙ୍ଗୀତ ,ଯାହା କି ସମସ୍ତଙ୍କ ମନ କୁ ସ୍ତବ୍ଧ , ଶ୍ରୁତିମଧୁର , ସ୍ୱର ତାଳ ସହିତ ଗାନ କରିଥିବାରୁ ll କାର୍ଯ୍ୟକ୍ରମ ଶେଷରେ ଶ୍ରୀମତୀ ରଶ୍ମିତlମୟୀ ଦାଶ ଧନ୍ୟବାଦ ଅର୍ପଣ କରି ଥିଲେ ll ମାଁ ମାନେ ଜଳପାନ କରି ଖୁସି ମନରେ ଘରକୁ ଫେରି ଯାଇ ଥିଲେ ll
