ବ୍ରହ୍ମପୁର (ସୁରଜିତ ରାଉଳ) : ସ୍ଥାନୀୟ ଗୋଇଲୁଣ୍ଡୀ ସ୍ଥିତ ଶ୍ରୀରାମ ମନ୍ଦିର ଠାରେ ବ୍ରହ୍ମପୁର ସାହିତ୍ୟ ପରିଷଦ ” ବର୍ଷା ସାହିତ୍ୟ ଆସର ” ଅନୁଷ୍ଠିତ ହୋଇଯାଇଛି । ବର୍ଷା ସମାଜ ପାଇଁ ଆଶୀର୍ବାଦ ,ବର୍ଷାରେ ସାରା ବିଶ୍ଵ ସବୁଜ ରଙ୍ଗରେ ସୁସଜ୍ଜିତ ହୋଇଥାଏ । ଏହି ୠତୁରେ ସାହିତ୍ୟିକ ମାନେ ବର୍ଷାକୁ ନେଇ ଅନେକ ସାହିତ୍ୟ ସୃଜନ କରନ୍ତି କବି ମାନେ କାବ୍ୟ କବିତା ରଚନା କରି ସମାଜକୁ ସୁମଧୁର କରିଥାନ୍ତି ବୋଲି ବରିଷ୍ଠ ଲେଖିକ ଡ ପ୍ରଫୁଲ୍ଲ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ନିଜର ବକ୍ତବ୍ୟ ରଖିଥିଲେ । କବି ଜ୍ୟୋତ୍ସ୍ନା ରାଣୀ ଦେବୀ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ସାହିତ୍ୟ ଓ ବର୍ଷା ତଥା କବିତାର ଗଠନ ଓ କାଳଜୟୀ ସମ୍ପର୍କରେ ନିଜର ଅଭିଭାଷଣ ରଖିଥିଲେ । କବି ସୁଚେତା ପାଣିଗ୍ରାହୀଙ୍କ ସଭା ପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କବି ଓ ସମ୍ପାଦକ ବି ସତ୍ୟମ୍ ଆଚରି ସଂପାଦକୀୟ ପାଠ ସହ ପ୍ରାରମ୍ଭିକ ଅଭିଭାଷଣ ପ୍ରଦାନ କରିଥିଲେ । ବିଶିଷ୍ଟ କବି ସୁଶାନ୍ତ ଦାଶଙ୍କ ପରିଚନାରେ ଅନୁଷ୍ଠିତ ଏହି ବର୍ଷା କବିତା ଆସରରେ ସଂଯୋଜିକା କବି ନିହରୀକା ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ କବିତା ପାଠଉତ୍ସବରେ କବି ଗଙ୍ଗାଧର ମହାକୁଡ଼ , ପ୍ରମୋଦ କୁମାର ପଣ୍ଡା ,ଏ ପ୍ରଶାନ୍ତ ଆଚାରୀ , କାଳୀ ପ୍ରସାଦ ରାଓ, ସୀତାରାମ ପତ୍ର , ମନ ମୋହନ ରଥ ,ଅରୁଣ ମୋହନ ପାତ୍ର ,ସନ୍ତୋଷ କୁମାର ଦାଶ ,ଶରତ କୁମାର ଦାଶ,ତପନ ପଟ୍ଟନାୟକ ,ମଧୁସ୍ମିତା ସାହୁ ,ସହ ବହୁ କବି କବିତା ପାଠ କରିଥିଲେ । ବରିଷ୍ଠ କବି ପ୍ରଫୁଲ୍ଲ କୁମାର ତ୍ରିପାଠୀ ଧନ୍ୟବାଦ୍ ଅର୍ପଣ କରିଥିଲେ ।
