
କଳାହାଣ୍ଡି (କୁଳପତି ଶବର) : କୋକସରା ବ୍ଲକ କୁସୁମଖୁଟି ଗ୍ରାମର ଜଣେ ଯୁବକ ବିଦ୍ୟୁତ ଆଘାତରେ ମୃତ୍ୟୁ ଘଟିଛି ମୃତକ ପରିବାର କୁ କ୍ଷତିପୂରଣ ଦାବି ରେ ପରିବାର ଲୋକେ ଓ ଗ୍ରାମବାସୀ ଶବରଖୀ ରାସ୍ତା ଅବରୋଧ କରିଛନ୍ତି ସୂଚନା ମତେ କୁସୁମଖୁଣ୍ଟି ଗ୍ରାମର ଦୁଃଖିଧନ ବେହେରା ୩୨ବଳି ଜଣାପଡ଼ିଛି ଗାଁର ଜଣେ ଲୋକଙ୍କ ଘରର ବିଦ୍ୟୁତ ସଂଯୋଗ ସଜାଡ଼ିବା କୁ ଆସିଥିଲେ ସେ ବିନ୍ଦ୍ୟୁତ ଖୁଣ୍ଟ ସଂସ୍ପର୍ଶରେ ଆସି ପ୍ରାଣ ହରାଇଥିଲେ ପରେ ମୃତକଙ୍କ ପରିବାର ଲୋକେ ସନ୍ଧ୍ୟା ୬ଟାରୁ କ୍ଷତିପୂରଣ ଦାବି ରେ ଜାତୀୟ ରାଜପଥ ୨୬ଅବରୋଧ କରିଥିଲେ ଖବର ପାଇ ମୋଟେର ଫାଣ୍ଡି ପୋଲିସ ପହଞ୍ଚି ଆନ୍ଦୋଳନ କାରିକଙ୍କ ସହ ଆଲୋଚନା କରିଥିଲେ ତେବେ ପରିବାର ଲୋକେ ଜିଦ ବସିଛନ୍ତି ଫଳରେ ଭବାନୀପାଟଣା ଜୟପୁର ରାସ୍ତା ରେ ଯାତାୟାତ ବାଧାପ୍ରାପ୍ତ ହୋଇଛି ପରେ ତହସିଲଦାର କ୍ଷୀରୋଦ ବିହାରି ଭାରତ ନାଗ ପହଞ୍ଚି ଆଲୋଚନା ଜାରି ରଖିଛନ୍ତି ।