ସୋର (ଜ୍ୟୋତି ପ୍ରକାଶ ଦୀକ୍ଷିତ) : ଆଜି ଅପରାହ୍ଣରେ ସୋର ବ୍ଲକ ଅନନ୍ତପୁର ଗ୍ରାମର ବିଶିଷ୍ଟ ଶିକ୍ଷାବିତ ନକୁଳ ଚରଣ କର ଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଶ୍ରୀ କର ଅନନ୍ତପୁର ପଣ୍ଡାହରିପୁର ସ୍ଥିତ ବୃନ୍ଦାବନ ଚନ୍ଦ୍ର ସରକାରୀ ଉପ୍ରା ବିଦ୍ୟାଳୟରୁ ପ୍ରଧାନଶିକ୍ଷକ ଭାବରେ ଅବସର ଗ୍ରହଣ କରିଥିଲେ। ବିଦ୍ୟାଳୟରେ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆ ଯାଇଥିଲା। ବିଦ୍ୟାଳୟ ପରିଚାଳନା କମିଟିସଭ୍ୟ ପୁରାତନ ଛାତ୍ର, ଛାତ୍ରୀ ସ୍ଥାନୀୟ ଗ୍ରାମବାସୀ, ଅଧ୍ୟୟନ ରତ ଛାତ୍ର, ଛାତ୍ରୀ, କାର୍ଯ୍ୟରତ ଶିକ୍ଷକ, ଶିକ୍ଷୟତ୍ରୀ ଏକ ଶୋଭାଯାତ୍ରା ରେ ଆସି ଅନନ୍ତପୁର ଶ୍ରୀଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଏକ ବିଦାୟ ସଭା ଆୟୋଜନ କରିଥିଲେ। ଏଥିରେ ଭରତ ଚନ୍ଦ୍ର ସେନାପତି, ବିପଦ ଭଞ୍ଜନ ପଣ୍ଡା, ଉର୍ମିଳା ଶିଅଳ,ଶତ୍ରୁଘ୍ନ ସେନାପତି, ପ୍ରମୋଦ କୁମାର ମହାରଣା ନିତ୍ୟାନନ୍ଦ କର, ବିରଞ୍ଚି ନାରାୟଣ ପଣ୍ଡା , ବସନ୍ତ କୁମାର କର, ସୁଧାଂଶୁ ଶେଖର କର, ଭୀମ ଚରଣ କର, ଜଗନ୍ନାଥ ଶଙ୍ଖୁଆ ପ୍ରମୁଖ ବିଦାୟୀ ପ୍ରଧାନ ଶିକ୍ଷକଙ୍କ ବହୁମୁଖୀ ପ୍ରତିଭା ସମ୍ପର୍କରେ ଆଲୋଚନା କରିଥିଲେ। ଶେଷେରେ ତାଙ୍କର ପୁଅ ସରୋଜ କୁମାର କର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
