ବିଶ୍ଵ ଜଳାତଙ୍କ ଦିବସ ପାଳିତ
ଆଗରପଡ଼ବ୍ (ନିପ୍ର)
ଆଗରପଡ଼ା ସରକାରୀ ବାଳିକା ହାଇସ୍କୁଲରେ ବିଶ୍ଵ ଜଳାତଙ୍କ ଦିବସ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ଆୟୋଜିତ ସଭାରେ ସ୍ଥାନୀୟ ପ୍ରାଣୀ ଚିକିତ୍ସକ ଡାକ୍ତର ଲିଜାରାଣୀ ପାଢ଼ୀ ଯୋଗ ଦେଇ ଜଳାତଙ୍କ ରୋଗର ଭୟାବହତା ସଂପର୍କରେ ଆଲୋଚନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରଧାନଶିକ୍ଷକ ତଥା ବିଇଓ ଇନଚାର୍ଜ ଚିତ୍ତରଂଜନ ମହାନ୍ତି , ବରିଷ୍ଠ ଶିକ୍ଷକ ଅଜିତ ରାଉଳ, ଭୀମସେନ ପାଳ, କୈଳାସ ପଣ୍ଡା, ପ୍ରମୋଦିନୀ ସାହୁ, ସାଗରିକା ମହାନ୍ତି, ରଂଜିତା ଶିଅଳ,ବନଜିନୀ ନାୟକ,ଭାଗ୍ୟଶ୍ରୀ ପଣ୍ଡା, ସୁମିତ୍ରା ନାଇକ,ସାବିତ୍ରୀ ଦାଶ, ବିଦ୍ୟୁତଲତା ଦାସ , ସୁଶାନ୍ତ ଜେନା, ଦୁର୍ଯ୍ୟୋଧନ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ । ଏଲଆଇ ପ୍ରିୟବ୍ରତ ରାଉତ ଓ ଅତୁଲ ଦାସ ସହଯୋଗ କରିଥିଲେ ।
