*ଖଡ଼ିଆଳ ମହିଳା କଲେଜ ସମସ୍ୟା ନେଇ ସାଂସଦ ସୁଜିତ୍ କୁମାରଙ୍କୁ ସାକ୍ଷାତ: ଜମି ପ୍ରିମିୟମ ଛାଡ଼ ଓ ବିକାଶ ପାଇଁ ପ୍ରତିଶ୍ରୁତି*
ନୂଆପଡା (ମିଖାଏଲ ନନ୍ଦ)
ତା:୨୮.୦୯.
ଖଡ଼ିଆଳ ଡିଗ୍ରୀ ମହିଳା କଲେଜ ବିଭିନ୍ନ ଦାବୀ, ଜମି ପ୍ରିମିୟମ ମାଫ ଏବଂ ଆବଶ୍ୟକ ଆନୁଷଙ୍ଗିକ ଭିତ୍ତିଭୂମି ବିକାଶ ନେଇ ରାଜ୍ୟସଭା ସାଂସଦ ସୁଜିତ୍ କୁମାର ଙ୍କୁ ସାକ୍ଷାତ, ଆବଶ୍ୟକ ପଦକ୍ଷେପ ନେଇ ପ୍ରତିଶ୍ରୁତି ଦେଇଥିଲେ। କଲେଜ ପରିଚାଳନା ପ୍ରତିଷ୍ଠାତା ସଭାପତି ଡଃ.ଫାନିନ୍ଦମ୍ ଦେଓ କଲେଜ ପରିଚାଳନା ସଭାପତି ବିନୋଦ ବିହାରୀ ପାଢ଼ୀ,ବରିଷ୍ଠ ସାମ୍ବାଦିକ ତପନ ଦାସ, କଲେଜ ଅଧ୍ୟକ୍ଷା ଲିଜା ଆଚାର୍ଯ୍ୟ, ଅଧ୍ୟାପିକା ପ୍ରିୟଙ୍କା ମୁଣ୍ଡ, ମହେଶ୍ୱତା ପଣ୍ଡା, ସସ୍ମିତା ବିଶି, ଦୁର୍ଯ୍ୟୋଧନ ଭୋଇ, ଲକ୍ଷ୍ମୀ ନାରାୟଣ ପଣ୍ଡା, ଡ3ଓ କୁମାର ସତନାମି, ସଂଜୟ ଦର୍ଜୀ, ରେବତୀ ନାଏକ, ପଲ୍ଲବୀ ମହାନନ୍ଦ ପ୍ରମୁଖ ଯୋଗ ଦେଇଥିଲେ। କଲେଜ ଜମି ପ୍ରିମିୟମ ମାଫ, ଜମି ଭିତ୍ତି ଭୂମି ଏବଂ ଲାଇବ୍ରେରୀ ପାଇଁ ପୁସ୍ତକ ଆଦି ଦାବି ଉପସ୍ଥାପନ କରିଥିବା ବେଳେ ସମସ୍ତ ଦାବିକୁ ଗୁରୁତ୍ୱ ସହ ଗ୍ରହଣ କରି ଆଗାମୀ ଦିନ ରେ ନିଶ୍ଚିତ ପୂରଣ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ।
