*ଖଡ଼ିଆଳ ଏନଆରସି କେନ୍ଦ୍ର ପାଲଟିଛି ସଞ୍ଜୀବନୀ: ଉପଯୁକ୍ତ ଚିକିତ୍ସା ପାଇ ସୁସ୍ଥ ହୋଇ ଘରକୁ ଫେରୁଛନ୍ତି ଅପୁଷ୍ଟ ଶିଶୁ*
ନୂଆପଡା(ମିଖାଏଲ ନନ୍ଦ) ତା:୨୫.୦୯.
ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ର ପରିସର ମଧ୍ୟରେ ସମନ୍ୱିତ ମହିଳା ଓ ଶିଶୁ ବିକାଶ ପ୍ରକଳ୍ପ ଦ୍ୱାରା ଏନ୍ ଆର ସି କେନ୍ଦ୍ର ପରିଚାଳିତ ହେଉଅଛି। ୫ ମାସ ରୁ ୫ ବର୍ଷ ଶିଶୁ ପୁଷ୍ଟି ହୀନତା ପରିଲକ୍ଷିତ ହେଲେ ତାଙ୍କୁ ଲ ଏନ ଆର ସି କେନ୍ଦ୍ର ରେ ଭର୍ତ୍ତି କରାଯାଇ ତାଙ୍କ ଉପଯୁକ୍ତ ଚିକିତ୍ସା ବ୍ୟବସ୍ଥା ଗ୍ରହଣ କରାଯାଇଥାଏ। ଶିଶୁ ମୃତ୍ୟୁ ହାର ରୋକିବା ର ମୂଳ ଉଦ୍ଦେଶ୍ୟ ଅଟେ। ଶିଶୁମାନେ ୧୫ ଦିନ ପର୍ଯ୍ୟନ୍ତ ଏହି କେନ୍ଦ୍ରରେ ରହି ତାଙ୍କ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ଏବଂ ଆବଶ୍ୟକ ଔଷଧ ବଣ୍ଟନ କରିବା ସହ ନିୟମିତ ଓଜନ ମାପ କରିଥାନ୍ତି। ଖଡ଼ିଆଳ ବ୍ଲକ ର ଏନ ଆର ସି କେନ୍ଦ୍ର କୁ ଖଡ଼ିଆଳ ସମନ୍ୱିତ ମହିଳା ଓ ଶିଶୁ ଉନ୍ନୟନ ପ୍ରକଳ୍ପ ଅଧିକାରୀ ପରିଦର୍ଶନ କରି ଉପଯୁକ୍ତ ବ୍ୟବସ୍ଥା ଗ୍ରହଣ କରିବା ପାଇଁ ନିର୍ଦ୍ଧେଶ ଦେଇଥାନ୍ତି। ଆଜି ଖଡ଼ିଆଳ ସିଡ଼ିପିଓ ଏନ୍ ଆର ସି କେନ୍ଦ୍ର ବୁଲି ଆନୁଷଙ୍ଗିକ ବ୍ୟବସ୍ଥା ସହ ଶିଶୁଙ୍କ ପାଇଁ ସେବା ପ୍ରଦାନ ରେ କୌଣସି ଅବହେଳା ଗ୍ରହଣୀୟ ନୁହେଁ ବୋଲି ପ୍ରକାଶ କରିଥିଲେ। ୧୦ ଶିଶୁ ଏବଂ ତାଙ୍କ ମାଁ ଙ୍କୁ ରଖି ତାଙ୍କ ଚିକିତ୍ସା ଗ୍ରହଣ କରିଥାନ୍ତି। ଆଜି ଜଣେ ଶିଶୁ ଏନ ଆର ସି କେନ୍ଦ୍ର କୁ ଆସିଥିବା ବେଳେ ଆରୋଗ୍ୟ ହୋଇ ତାଙ୍କ ଘରକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ସୂପରଭାଇଜର, ଅଙ୍ଗନୱାଡି କର୍ମୀ, ସିଡ଼ିପିଓ ଆସି ଘଟଣା ନିରୀକ୍ଷଣ କରିଥିଲେ।
