*ଖଡ଼ିଆଳ ଏସଡିପିଓ ଓ ନୂଆପଡ଼ା ଏସପି କାର୍ଯ୍ୟାଳୟ ପରିଦର୍ଶନ ସହ ସୁରକ୍ଷା ବ୍ୟବସ୍ଥା ର ସମୀକ୍ଷା କଲେ ଡିଆଇଜି ଅଖିଳେଶ୍ୱର ସିଂହ*।
ନୂଆପଡ଼ା (ମିଖାଏଲ ନନ୍ଦ),
ତା-୨୫/୦୯:
ନୂଆପଡ଼ା ଜିଲ୍ଲା ଗସ୍ତରେ ଆସି ଜିଲ୍ଲାର ଆଇନଶୃଙ୍ଖଳା ତଥା ସାମଗ୍ରିକ ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଛନ୍ତି ପୋଲିସ ଡିଆଇଜି ଅଖିଳେଶ୍ୱର ସିଂହ।
ସୂଚନା ଅନୁଯାୟୀ, ଆଜି ଏକ ଦିନିକିଆ ଗସ୍ତ କ୍ରମରେ ଡିଆଇଜି ଶ୍ରୀ ସିଂହ ପ୍ରଥମେ ଖଡ଼ିଆଳ ସ୍ଥିତ ଏସଡିପିଓ (SDPO) କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସେଠାରେ ସେ କାର୍ଯ୍ୟାଳୟର କାର୍ଯ୍ୟଶୈଳୀ, ଫାଇଲ୍ ପତ୍ର ଯାଞ୍ଚ କରିବା ସହ ଅଞ୍ଚଳର ସୁରକ୍ଷା ବ୍ୟବସ୍ଥା ନେଇ ବିସ୍ତୃତ ସମୀକ୍ଷା କରିଥିଲେ। ପରେ ନୂଆପଡ଼ା ଏସପି ଅମ୍ରିତପାଲ ସିଂହଙ୍କ ସହିତ ସେ ଜିଲ୍ଲା ମୁଖ୍ୟାଳୟ ଅଭିମୁଖେ ଯାଇ ଏସପି କାର୍ଯ୍ୟାଳୟ ପରିଦର୍ଶନ କରିଥିଲେ।
ଗସ୍ତ ଅବସରରେ ଉଚ୍ଚପଦସ୍ଥ ପୋଲିସ ଅଧିକାରୀମାନଙ୍କ ସହ ଆଲୋଚନା କରି ଜିଲ୍ଲାରେ ଅପରାଧ ନିୟନ୍ତ୍ରଣ, ଆଇନଶୃଙ୍ଖଳା ରକ୍ଷା ଏବଂ ସୀମାନ୍ତ ଅଞ୍ଚଳର ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରିବାକୁ ସେ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି।
