ବିଂଝାରପୁର (ସ୍ମୃତିରେଖା ମଲ୍ଲିକ) : ଯାଜପୁର ଜିଲ୍ଲାର ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ରଣପୁର ପଞ୍ଚାୟତ ତଥା ରଣପୁର ଠାରେ ଅବସ୍ଥିତ ରଣପୁର ଉନ୍ନୀତ ମଧ୍ୟ ଇଂରାଜୀ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁଧାଂଶୁବାଳା ମହାନ୍ତି ଙ୍କୁ ଅବସର ସମ୍ବର୍ଦ୍ଧନା ପ୍ରଦାନ ଉପଲକ୍ଷେ ଗ୍ରାମବାସୀ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ତରଫରୁ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇ ଯାଇଛି ା ଏହି ସଭାରେ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ ର ବ୍ଲକ ସଭାପତି ରବିନାରାୟଣ ମହାନ୍ତି ସଭାପତିତ୍ବ କରିଥିଲେ ା ମୁଖ୍ୟ ଅତିଥି ଭାବେ. ବ୍ଲକ ସହଶିକ୍ଷା ଅଧିକାରୀ ବଳରାମ ପତି ଯୋଗ ଦେଇଥିଲେ ା ମୁଖ୍ୟବକ୍ତା ଭାବେ ରଣପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ଅଟଳ ବିହାରୀ ନାୟକ ଯୋଗ ଦେଇଥିଲେ ା ସମ୍ମାନୀତ ଅତିଥି ଭାବେ ଜଗନ୍ନାଥପୁର ହାଇସ୍କୁଲର ପ୍ରଧାନ ଶିକ୍ଷକ ଭରତ ଚନ୍ଦ୍ର ସାହୁ , ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ. ଫେଡେରେସନର ଉପ ସଭାପତି ରତନଲାଲ ଭୂୟାଁ, ସମ୍ମାନୀତ ଅତିଥି ଭାବେ ଏବିଇଓ ପ୍ରଫୁଲ୍ଲ ବଳ, ସେକ୍ ନିଜାମୁଦ୍ଦିନ,ଶିକ୍ଷକ ସଙ୍ଘର ପୂର୍ବତନ ଉପ ସଭାନେତ୍ରୀ ଟିକିଲତା ବେହେରା, ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନର ସମ୍ପାଦକ ସୁବାସ ଚନ୍ଦ୍ର ନାୟକ , ଶିକ୍ଷାବିତ୍ ବିରଞ୍ଚି ନାରାୟଣ ପରିଡା, ଗୋଲକଚନ୍ଦ୍ର ମିଶ୍ର, ସମାଜସେବୀ ତଥା ସ୍ବାଧୀନତା ସଂଗ୍ରାମୀ ପରିଷଦର ଆବାହକ ସାମ୍ବାଦିକ କୈଳାସ ଚନ୍ଦ୍ର ମହାନ୍ତି, ଏନ.ପି.ଏସ. ସଙ୍ଘର ସଭାପଚି ମନୋରଞ୍ଜନ ଧଳ, ବରିଷ୍ଠ ପ୍ରଧାନ ଶିକ୍ଷକ ବିଶ୍ବନାଥ ସାମଲ ପ୍ରମୁଖ ମଂଚାସୀନ ଥିଲେ ା ମଂଚରେ. ପ୍ରତିଷ୍ଠିତ ଶ୍ରୀ ଜଗନ୍ନାଥ ଙ୍କ ଫଟୋଚିତ୍ରରେ ଅତିଥିମାନେ ମାଲ୍ୟାର୍ପଣ କରିବା ପରେ ମୁଖ୍ୟ ଅତିଥି ପ୍ରଦୀପ ପ୍ରଜ୍ବଳନ କରି ସଭାମଞ୍ଚ କୁ ଉଦଘାଟନ କରିଥିଲେ ାପ୍ରଧାନ ଶିକ୍ଷକ ସଂଗ୍ରାମ କେଶରୀ ସାମଲ ଅତିଥି ପରିଚୟ ପ୍ରଦାନ କରିଥିଲେ ା ରାଜ୍ୟ ପୁରସ୍କାର ପ୍ରାପ୍ତ ଶିକ୍ଷୟିତ୍ର. ବ୍ରଜସୁନ୍ଦରୀ ଦାସ ,ମନସ୍ମିତା ଯେନା, ଲୀଳାବତୀ ଦାସ, ରୂପଶ୍ରୀ ମହାନ୍ତି,ଜ୍ୟୋତିପ୍ରଭା ପ୍ରଧାନ, ଉମେଶ ସାମଲ, ସାଧୁଚରଣ ସାମଲ,କୈଳାସ ଚନ୍ଦ୍ର ବେହେରା, ସନ୍ତୋଷ କୁମାର ସାମଲ, ସେବତୀ ସାମଲ, ପ୍ରମୁଖ ସମ୍ମାନୀତ ବକ୍ତା ଭାବେ ବିଦାୟୀ ଶିକ୍ଷୟିତ୍ରୀଙ୍କ ନିଷ୍ଠା,ତିତିକ୍ଷା ଓ କର୍ତବ୍ୟ ପରାୟଣତା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ ା ସଂଗ୍ରାମସାମଲ, ଅରୁଣ କୁମାର ନାୟକ, ମନସ୍ମିତା ଯେନା,କୈଳାସ ଚନ୍ଦ୍ର ବେହେରା ଙ୍କ ସହିତ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ ଓ ପରିଚାଳନା ସମିତି ସଦସ୍ୟ,ସଦସ୍ୟା ଓ ଗ୍ରାମବାସୀମାନେ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ
