କୋକସରା (ମଣ୍ଟୁ ପାଣିଗ୍ରାହୀ) : କୋକସରା ବ୍ଲକ ଟେମରା ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମାଁ ବସ୍ତରେନ ମାଉଲିଙ୍କ ବାର୍ଷିକ ମଣ୍ଡଇ ଓ ଅଷାଢକେନା ଯାତ୍ରା ଶୁକ୍ରବାର ଶାନ୍ତି ଶୃଙ୍ଖଳା ସହିତ ସମ୍ପନ୍ନ ହୋଇଛି। ମଣ୍ଡେଇ ହାଟ ପରିକ୍ରମା ସହ ଶ୍ରଦ୍ଧାଳୁ ମାନଙ୍କୁ କଣ୍ଟା ଦୋଲିରେ ଝୁଲି ଦେବୀ ମା’ ବସ୍ତେରେନ ମାଉଳୀ ଦର୍ଶନ ଦେଇଛନ୍ତି। କଳାହାଣ୍ଡିର ଆରଧ୍ୟ ଦେବତା ଆମପାଣିର ବୁଢ଼ାରଜା, ମାଝିଗୁଡାର ବରସଲ୍ ମାଝୀ ସମେତ ନିମନ୍ତ୍ରିତ ବିଭିନ୍ନ ଦେବାଦେବୀ ମାନେ ସାମିଲ ହେବାପରେ ପୁଝାରୀ ଓ ଗୌନ୍ତିଆ ଘରୁ ଦେବା ଦେବୀଙ୍କୁ ସ୍ବାଗତ କରାଯାଇଥିଲା। ପରେ ଦେବାଦେବୀଙ୍କ ଲାଠି କାଲିଶୀ ଗହଣରେ ପାରମ୍ପାରିକ ବାଦ୍ୟର ବଜେଇ ବସ୍ତେରେନ ମାଉଳୀ ଦେବୀଙ୍କ ମନ୍ଦିର ଅଭିମୁଖେ ଯାତ୍ରା କରିଥିଲେ। ପ୍ରାଥମିକ ପୂଜା ଆରମ୍ଭ ହେବାପରେ ମଣ୍ଡେଇ ହାଟକୁ ତିନି ଥର ପରିକ୍ରମା କରିବା ସହିତ କଣ୍ଟା ଦୋଲିରେ ଝୁଲି ଶ୍ରଦ୍ଧାଳୁ ମାନଙ୍କୁ ଦର୍ଶନ ଦେଇଛନ୍ତି। ଏହା ପରେ ମାନସିକଧାରୀ ଭକ୍ତମାନେ ମାନସିକ ପୁରଣ ହୋଇଥିବାରୁ ଦେବୀଙ୍କ ନିକଟରେ ରକ୍ତ ଭୋଗ ଓ ଶୁକ୍ଲ ଭୋଗ ଅର୍ପଣ କରିଥିଲେ। ପୁଜକ ଚିତ୍ରସେନ ମାଝିଙ୍କ ସମସ୍ତ ପୂଜାର୍ଚ୍ଚନା ସମ୍ପାଦକ କରିଥିବାବେଳେ କମିଟି ସଭାପତି ପଦ୍ମଲୋଚନ ଦଳପତି, ସମ୍ପାଦକ ମହାଦେବ ବେଶ୍ରା, ଟେମରା ସରପଞ୍ଚ କ୍ଷିତିରାମ ପାତ୍ର, ସୁଧିର କୁମାର ପାତ୍ର, ଅଶୋକ କୁମାର ଦାସ, ଗୋଦାବରୀଶ ପାତ୍ର, ସୁଦାମ ପୁଝାରୀ, ଚକାଡୋଳା ପାତ୍ର, ଅଭିରାମ ଲଦୁଆ, ହେମନ୍ତ ବାଣୁଆ, ରାଜେନ୍ଦ୍ର ନାଏକ, ମିନକେତନ ସାହୁ, ଦୁଷ୍ମନ୍ତ କୁମାର ପାତ୍ର, ଟୋପେଶ୍ୱର ମାଝୀ, ଗୋପିନାଥ ସୁନାନୀ, ବୃନ୍ଦାବନ ସତନାମୀ, କମଣ୍ଡଳ ପଟେଲ, କ୍ଷୀରସିନ୍ଧୁ ହଂସ, ବିପିନ ଦଳପତି ଲଳିତ ସତନାମୀ ପ୍ରମୁଖଙ୍କ ସହ ଗ୍ରାମବାସୀ ସହଯୋଗ କରିଥିଲେ। ଶାନ୍ତିଶୃଙ୍ଖଳା ନିମନ୍ତେ କୋକସରା ଥାନା ପୋଲିସ ନିୟୋଜିତ ହୋଇଥିଲେ, କମିଟି ପକ୍ଷରୁ ମଧ୍ୟ ସୁରକ୍ଷା ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା (କଳାହାଣ୍ଡି ଜିଲ୍ଲା କୋକସରା ରୁ ମଣ୍ଟୁ ପାଣିଗ୍ରାହୀ ଭଞୀଦୁତ ଖବର )
