*ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଡିଗ୍ରୀ ମହିଳା କଲେଜ ପରିସର ମଧ୍ୟରେ ଜାତୀୟ ସେବା ଯୋଜନା ପକ୍ଷ ରୁ ନିଶାମୁକ୍ତ ଅଭିଯାନ, ରାଷ୍ଟ୍ରୀୟ ସଂକଳ୍ପ ସମ୍ବାଦ କାର୍ଯ୍ୟକ୍ରମ ଅନୁଷ୍ଠିତ*
ନୂଆପଡା(ମିଖାଏଲ ନନ୍ଦ) ତା:୧୮.୦୯.
ନୂଆପଡ଼ା ଜିଲ୍ଲା ଖଡ଼ିଆଳ ହୀରା ନଗର ସ୍ଥିତଖ ଡ଼ିଆଳ ଡିଗ୍ରୀ ମହିଳା କଲେଜ ପରିସର ମଧ୍ୟରେ ଜାତୀୟ ସେବା ଯୋଜନା ପକ୍ଷ ରୁ ନିଶାମୁକ୍ତ ଅଭିଯାନ ଓ ରାଷ୍ଟ୍ରୀୟ ସଂକଳ୍ପ ସମ୍ବାଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ରୂପେ ଆୟୁଷ ଡାକ୍ତର ଅନ୍ନଦା ଶଙ୍କର ଦାସ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ମୋଦି ସରକାରଙ୍କ ସେବା ହିଁ ସମର୍ପଣ କାର୍ଯ୍ୟକର। ରେ ନିଶା ମୁକ୍ତ ଭାରତ ଗଠନ ଏକ ସୁସ୍ଥ ଓ ଶିକ୍ଷିତ ସମାଜ ଦ୍ୱାରା ପରିବର୍ତ୍ତାନ ସମ୍ବବ ବୋଲି ମତବ୍ୟକ୍ତ କରିଥିଲେ। ଯୁବ ପିଢ଼ି ସଚେତନ ହୋଇ ନିଶାରୁ ଦୂରେଇ ରହିଲେ ଭାରତ ଭବିଷ୍ୟତ ସୁଦୃଢ଼ ଦେବ ବୋଲି ଅତିଥି ମାନେ ମତପୋଷ କରିଥିଲେ। ଅନୁଷ୍ଠିତ ସଭାରେ କଲେଜ ଅଧ୍ୟକ୍ଷା ଲିଜା ଆଚାର୍ଯ୍ୟ ଅଧ୍ୟକ୍ଷତା କରିଥିବା ବେଳେ ପରିଚାଳନା ସଭାପତି ବିନୋଦ ବିହାରୀ ପାଢ଼ୀ, ପରିଚାଳନା ସଦସ୍ୟ ଅଜିତ୍ କୁମାର ପଣ୍ଡା, ତପନ ଦାସ ପ୍ରମୁଖ ଯୋଗ ଦେଇଥିଲେ। ଜାତୀୟ ସେବା ଯୋଜନା ଅଧିକାରୀ ପୁଷ୍ପାଞ୍ଜଳି ପ୍ରଧାନୀ ମଞ୍ଚ ପରିଚାଳନା କରିଥିବା ସହ ଲକ୍ଷ୍ମୀ ନାରାୟଣ ପଣ୍ଡା ସ୍ୱାଗତ ଅଭିଭାଷଣ ଦେଇଥିଲେ। ନିଶା ମୁକ୍ତ ଭାରତ ଗଠନ ପାଇଁ ସଂକଳ୍ପ ନେଇଥିଲେ। ଆୟୋଜିତ ସଭାରେ ନିଶାମୁକ୍ତ ଭାରତ ଗଠନ ଶପଥ ଗ୍ରହଣ କରିଥିଲେ।
