ଶିରାପୁର ରେ “ଆର୍ଶିବାଦ ଦୀପ”ପ୍ରଜ୍ବଳନ
ସୋର (ଭଞ୍ଜଦୂତ, ଜ୍ୟୋତିପ୍ରକାଶ ଦୀକ୍ଷିତ, ନିପ୍ର)::: ଦେଶର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ ଶିରାପୁର ଗ୍ରାମର ବିଭିନ୍ନ ମନ୍ଦିରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନମନ୍ତ୍ରୀଙ୍କ ସୁସ୍ଥ, ନିରୋଗ ଜୀବନ ଏବଂ ଦୀର୍ଘାୟୁ କାମନା କରି ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀ (ଏସଏଚଜି) ଏବଂ ପଞ୍ଚାୟତ ବିଜେପି ପକ୍ଷରୁ ଭକ୍ତିପୂର୍ଣ୍ଣ ପରିବେଶରେ ପ୍ରଦୀପ ପ୍ରଜ୍ବଳନ କରାଯାଇଛି। ଆଜି ସନ୍ଧ୍ୟାରେ ଶିରାପୁରର ପ୍ରସିଦ୍ଧ ମା’ ଦାଣ୍ଡ ଖେଳାଇ ମନ୍ଦିର ଏବଂ ଶିରାପୁର ହନୁମାନ ମନ୍ଦିର ପରିସରରେ ସ୍ଥାନୀୟ ଲୋକମାନେ ଏକତ୍ରିତ ହୋଇଥିଲେ। ପ୍ରଧାନମନ୍ତ୍ରୀଙ୍କ ଦେଶସେବା ଏବଂ ଦୂର ଦୃଷ୍ଟିସମ୍ପନ୍ନ ନେତୃତ୍ୱକୁ ପ୍ରଶଂସା କରି କର୍ମକର୍ତ୍ତା ଓ ମହିଳାମାନେ ମନ୍ଦିରରେ ଦୀପଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ମାନେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିବାବେଳେ ପଞ୍ଚାୟତ ବିଜେପିର ପ୍ରମୁଖ କର୍ମୀମାନେ ଉପସ୍ଥିତ ରହି ଏହି ଉତ୍ସବକୁ ସଫଳ କରିଥିଲେ। ମନ୍ଦିରରେ ପ୍ରଦୀପ ପ୍ରଜ୍ବଳନ ସାଙ୍ଗକୁ ଦେଶର ଶାନ୍ତି ଓ ସମୃଦ୍ଧି ପାଇଁ ମଧ୍ୟ ପ୍ରାର୍ଥନା କରାଯାଇଥିଲା।
