ଯାଜପୁର (ସରୋଜ କୁମାର ଧଳ) : ଡ଼୍ରାଇଭରଙ୍କ ଷ୍ଟିଅରିଂ ଛାଡ ଆନ୍ଦୋଳନ ରେ ପରିବହନ ବ୍ୟବସ୍ଥା ଠପ୍ ଯୋଗୁଁ ସାରା ରାଜ୍ୟରେ ଏଭଳି ଭୟଙ୍କର ସ୍ଥିତି ଉପୂଜିଲାଣି। ବାହାର ରାଜ୍ୟର ଶହ ଶହ ମାଲ ବୋଝେଇ ଟ୍ରକ ଏନ୍ ଏଚ୍ କଡ଼ରେ ଅଟକି ରହିଛି। ଓଡ଼ିଶା ସୀମା ଡେଇଁ ପାରୁନାହିଁ।ଏହି ଷ୍ଟିଅରିଂ ଛାଡ କୁ ବଳ ଯୋଗାଉଛି ଟ୍ରେଡ୍ ୟୁନିୟନ ଓ ବାମପନ୍ଥୀ ଦଳର ସର୍ବଭାରତୀୟ ଧର୍ମଘଟ।ଲଗାତାର ଦୁଇ ଦିନ ଧରି ଆନ୍ଦୋଳନରେ ପେଶି ହେଲେଣି ଓଡ଼ିଶା ବାସୀ।ଜୀବନଯାତ୍ରା ସାଙ୍ଘାତିକ ଭାବେ ପ୍ରଭାବିତ ହେଲାଣି।ବାହାର ରାଜ୍ୟରୁ ଆଳୁ,ପିଆଜ,ଡାଲି,ଚିନି, ଇତ୍ୟାଦି ଜିନିଷ ଗୋଦାମକୁ ପହଞ୍ଚିପାରୁନାହିଁ।ଗ୍ରୋସରୀ ଦୋକାନରୁ ସଉଦା ସାମଗ୍ରୀ ମିଳୁନାହିଁ।ଏବଂ ଗ୍ୟାସ ମଧ୍ୟ୍ୟ ରୋଷେଇ ଘରେ ପହଁଚି ପାରୁନାହଁ ବଜାରରେ ଅତ୍ୟାବଶ୍ୟକ ସାମଗ୍ରୀର ଅଭାବ ଦେଖଗଲାଣି।ଆଉ ଦିନେ କି ଦୁଇ ଦିନ ରେ ରୋଷେଇ ଘରେ ଚଡ଼କ ପଡ଼ିବ ବୋଲି ଜଳ ଜଳ ଦେଖାଗଲାଣି।ପେଟ୍ରୋଲ,ଡିଜେଲ ସଙ୍କଟ ଭୟରେ ଲୋକେ ଛାନିଆ। ଆସନ୍ତା କାଲି ସୁଦ୍ଧା ସବୁ ପେଟ୍ରୋଲ ପମ୍ପରୁ ତେଲ ସରିବା ଆଶଙ୍କା ଉପୁଜିଲାଣି। ଓଡ଼ିଶା ଡ଼୍ରାଇଭର ମହାସଂଘ ସହ ଆଲୋଚନା କରିଛନ୍ତି ସରକାର। ବୌଠକ ପରେ ପରିବହନ ମନ୍ତ୍ରୀ ଶ୍ରୀ ବିଭୂତି ଭୂଷଣ ଜେନା କହିଲେ, ଡ଼୍ରାଇଭରଙ୍କ ଅଧିକାଂଶ ଦାବୀ ଆମେ ମାନିଲୁ,ଆଲୋଚନା ସଫଳ ହେଲା।କିନ୍ତୁ ଅନ୍ୟପଟେ ଷ୍ଟିଅରିଂ ଛାଡ ଆନ୍ଦୋଳନରୁ ହଟିବାର ନାମ ନେଉନାହାନ୍ତି ଡ଼୍ରାଇଭର।ପ୍ରାୟ ସବୁ ଜିଲ୍ଲାରେ ଡ଼୍ରାଇଭର ମାନେ ଧାରଣାରେ ବସିଛନ୍ତି।ଆନ୍ଦୋଳନ ମଇଦାନ ଛାଡ଼ି ନାହାନ୍ତି।ମଙ୍ଗଳବାର,ବୁଧବାର ଦିନ ତମାମ ଗୋଟିଏ ବି ଯାତ୍ରୀ ବାହି ବସ କି ଟ୍ରକ ରାସ୍ତାରେ ଗଡି ପାରିନି। ମହାସଂଘର ସଭାପତି ପ୍ରଶାନ୍ତ ମେଣ୍ଡୁଲି କହିଛନ୍ତି,ସାଧାରଣ ଜନତାଙ୍କ ସମସ୍ୟା ପାଇଁ ଆମେ ଦୁଃଖିତ।କିନ୍ତୁ ଦେଢ଼ ମାସ ପୂର୍ବରୁ ଆମେ ଆନ୍ଦୋଳନ ପାଇଁ ସଜବାଜ ହେଉଛୁ।ବାରମ୍ବାର ସରକାରଙ୍କୁ ଅବଗତ କରାଉଛୁ।ଗଡକାଲିର ବୌଠକରେ କିଛି ଫଳାଫଳ ବାହାରିଲାନି।ସରକାର ଖାଲି ମୁହଁରେ ଘୋଷଣା କଲେ ହେବନି,ଲିଖିତ ପ୍ରତିଶ୍ରୁତି ଦିଅନ୍ତୁ। ନ ହେଲେ,ଡ଼୍ରାଇଭର ମାନେ କୌଣସି ମତେ ଆନ୍ଦୋଳନରୁ ହଟିବେ ନାହିଁ।
