**ନୂଆପଡ଼ା ଖରିଆର ରୋଡ୍ରେ ଏବିଭିପି (ABVP) ର ରାଜ୍ୟସ୍ତରୀୟ ବୈଠକ ସମ୍ପନ୍ନ*
ନୂଆପଡା(ମିଖାଏଲ ନନ୍ଦ) ତା:୧୨.୦୯.
ଜିଲ୍ଲା ଖରିଆର ରୋଡ ସ୍ଥିତ କାଳୀ ମନ୍ଦିର ଛତିଶଗଡ ସୀମାନ୍ତ ଠାରେ ରାଷ୍ଟ୍ରବାଦୀ ଛାତ୍ର ସଂଗଠନ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର (ଏବିଭିପି) ର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଅଛି। ବୈଠକ ରେ ବହୁ ବିଦ୍ୟାର୍ଥୀ ପରିଷଦ ସଦସ୍ୟ ସାମିଲ ହୋଇ ଦେଶ ରାଜ୍ୟ ଏବଂ ଜିଲ୍ଲା ବିକଶିତ ହେବାରେ ବିଦ୍ୟାର୍ଥୀଙ୍କ ଭୂମିକା, ସହଯୋଗ ଏବଂ ସହଭାଗୀତା ଉପରେ ଗୁରୁତ୍ୱ ଦେଇଥିଲେ। ଦେଶର ବିଦ୍ୟାର୍ଥୀ ଭବିଷ୍ୟତ ଭାରତର ପରିକଳ୍ପନା ମୂଳ ଦୁଆ ବୋଲି ଅତିଥିମାନେ ମତପୋଷଣ କରିଥିଲେ। ବୈଠକ ପରେ ବରିଷ୍ଠ ସଦସ୍ୟ ମାନେ ସାମିଲ ହୋଇ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ସକ୍ରିୟ ସଦସ୍ୟଙ୍କ ସହ ଭାବ ବିନିମୟ ହୋଇଥିଲା।
