ରାଜ୍ଯ ସ୍ତରରେ ସମ୍ମାନିତ ହେଲେ ଧନ୍ଦାମୂଳକ ଶିକ୍ଷକ ପ୍ରଦିପ
କୋଟପାଡ଼: ରାଜ୍ୟସ୍ତରରେ ସମ୍ମାନିତ
ହୋଇଛନ୍ତି କୋଟପାଡ଼ ବ୍ଲକ ଅନ୍ତର୍ଗତ ସରକାରୀ ପିଏମ୍ ଶ୍ରୀ ଗଙ୍ଗାଧର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଧନ୍ଦାମୂଳକ ଶିକ୍ଷା ବିଭାଗର ଶିକ୍ଷକ ଶ୍ରୀ ପ୍ରଦୀପ କୁମାର ଭଟ୍ଟ।ରାଜ୍ୟ ଅଭିଭାବକ ସଙ୍ଗ ଓ ରୋଟାରୀ କ୍ଲବ୍ ପକ୍ଷରୁ ଭୁବନେଶର ଗୀତଗୋବିନ୍ଦ ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ଏହି ସମ୍ମାନିତ କରାଯାଇଥିଲା।ଅଭିଭାବକ ସଂଘ ସଭାପତି ବାସୁଦେବ ଭଟ୍ଟଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକାଳରେ ପୂର୍ବତନ ଶିକ୍ଷାମନ୍ତ୍ରୀ ଶ୍ରୀ ଦେବୀ ପ୍ରସାଦ ମିଶ୍ର ଅରୂପ ପଟ୍ଟନାୟକ ଅଭିଷେକ ମିତ୍ର ଓ ସନ୍ଦୀପ ବସ୍ତିଆ ପ୍ରମୁଖ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ । ଛାତ୍ରଛାତ୍ରୀଙ୍କୁ ଦକ୍ଷତା ଓ ବୃତ୍ତିଗତ ଶିକ୍ଷା ପ୍ରଦାନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଲାଗି ରାଜ୍ୟର 30 ଜଣ ସହ ଶ୍ରୀ ଭଟ୍ଟଙ୍କୁ ସମ୍ମାନିତ କରାଯାଇଥିଲା। ପ୍ରଥମ ଥର ପାଇଁ ଏହି ସମ୍ମାନ ପାଇଥିବାରୁ ଏହା ବିଦ୍ୟାଳୟ ଓ ବ୍ଲକ ପାଇଁ ଗୌରବ ର ବିଷୟ ବୋଲି ଶ୍ରୀ ଭଟ୍ଟ କହିଛନ୍ତି
