ପୋଖରୀରେ ବୁଡ଼ି ଜଣେ ମୃତ
(ନିପ୍ର ଗୋକୁଳାନନ୍ଦ ବେହେରା)ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ସାଆନ୍ଦା ଫାଣ୍ଡି ରୋଡ ପଞ୍ଚାୟତ ଗଇଲୋ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ପୋଖରୀରେ ବୁଡ଼ି ଜଣେ ବ୍ୟକ୍ତିଙ୍କ ଜୀବନ ଯାଇଛି। ମୃତକ ହେଲେ,ସେହି ଗ୍ରାମର ବୈଷ୍ଣବ ସାହୁଙ୍କ ପୁଅ ଭୀମସେନ ସାହୁ (୫୫)। ସୂଚନା ମୁତାବକ,ଭୀମସେନ ଆଜି ପୂର୍ବାହ୍ନରେ ଗାଁର ପ୍ରଧାନ ବନ୍ଧକୁ ଗାଧୋଇବାକୁ ଯାଇଥିଲେ। ଗାଧୋଇବା ବେଳେ ଅସାବଧାନତାରୁ ଗୋଡ ଖସି ଯିବାରୁ ଗଭୀର ଜଳରେ ବୁଡି ଯାଇଥିଲେ। ଫେରିବା ବିଳମ୍ବ ହେବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ। ପୋଖରୀରେ ଭାସୁଥିବା ଭୀମସେନଙ୍କୁ ଉଦ୍ଧାର କରି ପରଜଙ୍ଗ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ ପରିବାର ଲୋକ। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ
