ବରିଷ୍ଠ ସାମ୍ବାଦିକ ଦେବୀପ୍ରସାଦ ଦାସ (କୋକୋ ଭାଇ) ଙ୍କ ଅକାଳ ବିୟୋଗ
ରିପୋର୍ଟ:- ରାଜକିଶୋର ସାବତ
ଶେରଗଡ଼ ଅଞ୍ଚଳରେ ଶୋକର ଛାୟା ସାମ୍ବାଦିକତା ଜଗତରେ ଏକ ଅପୂରଣୀୟ କ୍ଷତି; ସ୍ଥାନୀୟ ଆଞ୍ଚଳିକ ସାମ୍ବାଦିକ ସଂଘ , ବିଭିନ୍ନ ଅନୁଷ୍ଠାନ ଓ ଜନସାଧାରଣଙ୍କ ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳି।ଗଞ୍ଜାମ ଜିଲ୍ଲା ଶେରଗଡ଼ ଅଞ୍ଚଳର ଜଣେ ସୁପରିଚିତ, ସ୍ପଷ୍ଟବାଦୀ ତଥା ବରିଷ୍ଠ ସାମ୍ବାଦିକ ଦେବୀପ୍ରସାଦ ଦାସ (ଯିଏ କି ସ୍ଥାନୀୟ ଅଞ୍ଚଳରେ ‘କୋକୋ ଭାଇ’ ଭାବେ ବେଶ୍ ଜଣାଶୁଣା ଥିଲେ) ଙ୍କର ଅକାଳ ବିୟୋଗ ଘଟିଛି। ତାଙ୍କର ଏହି ଆକସ୍ମିକ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ସମଗ୍ର ଶେରଗଡ଼ ବ୍ଲକ୍ ଏବଂ ଆଖପାଖ ଅଞ୍ଚଳରେ ଗଭୀର ଶୋକର ଛାୟା ଖେଳିଯାଇଛି। ସାମ୍ବାଦିକତା କ୍ଷେତ୍ରରେ ସ୍ଥାନୀୟ ଲୋକଙ୍କ ସମସ୍ୟାକୁ ସଦାସର୍ବଦା ଶାଣିତ ସ୍ୱରରେ ଉପସ୍ଥାପନ କରୁଥିବା ଏକ ପ୍ରତିଭାଙ୍କୁ ହରାଇ ସ୍ଥାନୀୟ ବୁଦ୍ଧିଜୀବୀ ଓ ସାମ୍ବାଦିକ ମହଲ ସ୍ତବ୍ଧ ହୋଇଯାଇଛନ୍ତି।ତାଙ୍କ ବିୟୋଗରେ ଶେରଗଡ଼ ଅଞ୍ଚଳର ବିଭିନ୍ନ ମହଲରେ ଶୋକ ବ୍ୟକ୍ତ କରାଯିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଯାଇଛି। ଜଣେ ପରୋପକାରୀ ଏବଂ ସାହସୀ ସାମ୍ବାଦିକ ଭାବେ ଶେରଗଡ଼ ଅଞ୍ଚଳର ପ୍ରତିଟି ଲୋକଙ୍କ ହୃଦୟରେ ସେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଥିଲେ।
