
ୟୁନିୟନ ଗ୍ରାମ୍ୟ ଆତ୍ମନିଯୁକ୍ତି ପ୍ରଶିକ୍ଷିଣ ଅନୁଷ୍ଠାନ ଦ୍ଵାରା ୩୫ଜଣ ମହିଳା ତାଲିମାର୍ଥୀଙ୍କୁ ହାତ ତିଆରି ଧୂପକାଠି ତାଲିମ” କାର୍ଯ୍ୟକ୍ରମରଶୁଭଉଦଘାଟନୀ
ଉତ୍ସବ ।
ଗଜପତି ( ଟିକି ଲିମା)
ଗଜପତି ଜିଲ୍ଲା ପରିସରରେ ଚାଲୁରହିବ l ଏଥିରେ ମୋହନା ବ୍ଲକ ଏବଂ ରା.ଉଦୟଗିରି ବ୍ଲକର ବିଭିନ୍ନ ଗ୍ରାମ ପଂଚାୟତର ମହିଳା ମାନଙ୍କୁ ମୌଳିକ ହାତ ତିଆରି ଧୂପକାଠି ତାଲିମ ଦିଆଯିବ। ଏଥିରେ ମୋଟ ୩୫ ଜଣ ମହିଳା ଉପସ୍ଥିତଥିଲେ । ଉଦଘାଟନୀ ସଭାରେ ମୁଖ୍ୟ ଅତିଥି ଭାବେ ଶ୍ରୀମାନ ତିମନ ବାରା,ଓଡ଼ିଶା ଜୀବିକା ମିଶନ ତଥା ମିଶନ ଶକ୍ତି-ଗଜପତି ଜିଲ୍ଲା, ସମ୍ମାନିତ ଅତିଥି ଭାବେ ଶ୍ରୀମାନ ଆର.ରାମ ପ୍ରସାଦ, ଜ଼ିଲ୍ଲା ସଂଯୋଜକ ଓ ଶ୍ରୀମାନ ସୂର୍ଯ୍ୟ ପ୍ରସାଦ ପାଢୀ,ଲିଙ୍ଗ ବିଶେଷଜ୍ଞ,ଜିଲ୍ଲା ମହିଳା ଓ ଶିଶୁ ବିକାଶ ବିଭାଗ,ଗଜପତି, ଶ୍ରୀମାନ କାର୍ତ୍ତିକ ନାୟକ, ବିପିଏମ, ଓଡିଶା ଜୀବକା ମିଶନ, ମୋହନା ବ୍ଲକ, ଶ୍ରୀମାନ ଶିବାନନ୍ଦ ସିଂ, ବିପିସି, ମିଶନ ଶକ୍ତି, ମୋହନା ବ୍ଲକ ଏବଂ ଶ୍ରୀମାନ ଅଭିଷେକ ମିଶ୍ର, ମୁଖ୍ୟ ଜିଲ୍ଲା ବ୍ୟାଙ୍କ ପରିଚାଳକ ତଥା ନିର୍ଦ୍ଦେଶକ, ୟୁନିୟନ ଗ୍ରାମ୍ୟ ଆତ୍ମନିଯୁକ୍ତି ପ୍ରଶିକ୍ଷିଣ ଅନୁଷ୍ଠାନ – ଗଜପତି ସଭାପତିତ୍ୱ କରିଥିଲେ ତଥା ଶ୍ରୀମାନ ରବୀନ୍ଦ୍ରନାଥ ପ୍ରଧାନ, ସମ୍ପାଦକ,ଶକ୍ତି ସଦନ,ଗଜପତି ଜିଲ୍ଲା ଏବଂ ଶ୍ରୀମତୀ ରିତାରାଣୀ ପାତ୍ର,ପରି ଚାଳକ,ଶକ୍ତି ସଦନ, ମୋହନା,ଶ୍ରୀମତୀ ପ୍ରିୟ ଦର୍ଶନୀ ସ୍ବାଇଁ, ପ୍ରଶିକ୍ଷିକା ସମ୍ମାନିତ ଅତିଥି ଭାବେ ଯୋଗଦେଇ ତାଲିମାର୍ଥୀ ମାନଙ୍କୁ ମୌଳିକ ହାତ ତିଆରି ଧୂପକାଠି ତାଲିମ କରି ସ୍ୱରୋଜଗାର କରିବାକୁ ଉତ୍ସାହିତ କରିଥିଲେ l
ମହିଳା ତାଲିମ ପ୍ରତିଭାଗୀ ମାନଙ୍କୁ ଭାଷଣ ମାଧ୍ୟମରେ ବିଭିନ୍ନ ଉଦାହରଣ ଦେଇ ମନଯୋଗ ସହକାରେ ତାଲିମ ପ୍ରାପ୍ତ ହୋଇ ଭବିଷ୍ୟତରେ ଉତ୍ତରୋତ୍ତର ଉନ୍ନତି କରିବାକୁ ପରାମର୍ଶ ଦେଇଥିଲେ ଏବଂ ସମସ୍ତେ ଯେପରି ଭବିଷ୍ୟତରେ ନିଜେ ଜଣେ ସ୍ୱାବଲମ୍ବୀ ଭାବେ ରୋଜକାରୀକ୍ଷମ ଉଦ୍ୟୋଗୀ ହୋଇପାରିବେ । ଅନୁଷ୍ଠାନର ପ୍ରାଧ୍ୟାପକ ତଥା ଶିକ୍ଷା ସଂଯୋଜକ ଶ୍ରୀମାନ ପ୍ରଦୀପ କୁମାର ଦାସ ଉପସ୍ଥିତ ରହି କାର୍ଯ୍ୟକୁ ସୁଚାର ରୂପେ ସମ୍ପାଦନା କରିଥିଲେ ଏବଂ ସମସ୍ତ ଅତିଥି ମାନଙ୍କୁ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ ।
