ଫେନ୍ ରେ ଝୁଲି ଆତ୍ମହତ୍ୟା କଲେ ବସିଇଟି କଲେଜ ଛାତ୍ରୀ
ସୋର/ବାହାନଗା (ଭଞ୍ଜଦୂତ, ଜ୍ୟୋତିପ୍ରକାଶ ଦୀକ୍ଷିତ, ନିପ୍ର):: ଫେନ ରେ ଝୁଲି ଆତ୍ମହତ୍ୟା କଲେ ଇଞ୍ଜିନିୟରିଂ ଛାତ୍ରୀ। ବାଲେଶ୍ୱର ଜିଲ୍ଲା ର ଏକ ଘରୋଇ କଲେଜ ହଷ୍ଟେଲ ରୁମରୁ ଉଦ୍ଧାର ହେଲା ଛାତ୍ରୀଙ୍କ ମୃତ ଦେହ।ସାଙ୍ଗ ପାଇ ଗଲା ସାଙ୍ଗର ଜୀବନ, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ।ଗତକାଲି ବିସିଇଟି ଘରୋଇ କଲେଜରେ ରେ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହେଇଛି।ଛାତ୍ରୀ ଜଣଙ୍କ ଘର ବାଲେଶ୍ୱର ଜିଲ୍ଲା ସୋର ଥାନା, ଗୋପୀନାଥପୁର ଗ୍ରାମର ସୀତାରାମ ରାଉତଙ୍କ ଝିଅ ଭାଗ୍ୟଶ୍ରୀ ରାଉତ ବୋଲି ଜଣା ପଡିଛି । ଛାତ୍ରୀ ଜଣଙ୍କ ବିସିଇଟିରେ ଦ୍ୱିତୀୟ ବର୍ଷର ଛାତ୍ରୀ ଅଟନ୍ତି ବୋଲି ଜଣା ପଡିଛି । ଗତ କାଲି ରାତିରେ ନିଜ ଶୋଇବା ଘର ଫ୍ୟାନରେ ଆପ୍ରନ ସାହାଯ୍ୟରେ ଝୁଲିପଡିଥିଲେ। ଅନ୍ୟମାନେ ଏହା ଦେଖି ତୁରନ୍ତ କଲେଜ କତ୍ତୃପକ୍ଷଙ୍କୁ ଅବଗତ କରାଇବା ସହ ପୁଲିସକୁ ଖବର ଦେଇଥିଲେ। ଛାତ୍ରୀଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ, ପରିବାର ଲୋକେ ଝିଅର ସାଙ୍ଗ ପାଇ ଆମ ଝିଅର ଜୀବନ ଯାଇଛି ବୋଲି ଅଭିଯୋଗ କରିଛନ୍ତି । ସଠିକ ତଦନ୍ତ କଲେ ପ୍ରକୃତ ସତ୍ୟ ସାମ୍ନାକୁ ଆସିବ ବୋଲି ଜଣାପଡିଛି।
