ତାରିଖ:୦୮/୦୯/୨୦୨୬
(ଭଞ୍ଜ ଦୂତ ଖବର କୃତ୍ତିବାସ ନାୟକଙ୍କ ରିପୋର୍ଟ )
ପୂଜା ପାଇଁ ତାଳଚେର ଅଞ୍ଚଳ ଚଳ ଚଞ୍ଚଳ । ହେଲେ ରାସ୍ତା ମରାମତି ହେଉନି ।
ତାଳଚେର ପୌର ପରିଷଦ ରେ ଏକୋଇଶି (୨୧) ୱାର୍ଡ ଥିଲା ବେଳେ ତାଳଚେର ବ୍ଲକରେ (୨୧) ଟି ପଞ୍ଚାୟତ ରହିଛି ।ଆଉ ଦିନ କେଇଟା ପରେ ତାଳଚେର ପ୍ରସିଦ୍ଧ ଗଣେଶ ପୂଜା ଆରମ୍ଭ ହେବାକୁ ଥିବା ବେଳେ ବର୍ତ୍ତମାନ ଅଞ୍ଚଳର ରାସ୍ତା ଗୁଡ଼ିକର ଅବସ୍ଥା ଶୋଚନୀୟ ଅବସ୍ଥାରେ ରହିଛି ।୧୪୯ ନମ୍ବର ଜାତୀୟ ରାଜପଥର ତାଳଚେର ବାଇପାସ୍ ସମ୍ପ୍ର ସାରଣ କାର୍ଯ୍ଯ ଧୁମା ଗତିରେ ଚାଲୁ ଥିବା ବେଳେ ତାଳଚେର ଠାରୁ ବହ୍ଲର ବଅଁରପାଳ ପର୍ଯ୍ୟନ୍ତ ରାସ୍ତା ଖାଲ ଖମା ରେ ଭର୍ତ୍ତି ହୋଇଛି ।ରାସ୍ତାର ଉଭୟ ପାର୍ଶ୍ବରେ ବଡ ବଡ ଗର୍ତ୍ତ ଓ ନିର୍ମାଣ ଧିନ ଡ୍ରେନ ରାସ୍ତା ଠାରୁ ଉଚ୍ଚ ହେବା ଫଳରେ ସବୁ ସ୍ଥାନରେ ପାଣି ଜମି ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଠି ହୋଇଛି ସେହିଭଳି ଉକ୍ତ ରାଜପଥରେ ଭାରିଯାନ ଗୁଡ଼ିକ କ୍ଷୀପ୍ର ଗତିରେ ଚଳ ପ୍ରଚଳ କରୁଥିବାରୁ ଧୁଳି ଧୁଆଁ ଓ ପାଉଁଶ ଗୁଣ୍ଡ ରେ ଲୋକେ ନାହିଁ ନ ଥିବା ସମସ୍ୟାରେ ପଡ଼ୁଛନ୍ତି । ଏପରି ସ୍ଥିତିରେ ଲୋକେ କେଉଁ ପ୍ରକାର ପୁଜା ବୁଲି ଉପଦ୍ଭୋଗ କରିବେ ବୋଲି ଗଣ ମଧ୍ୟମରେ ଚର୍ଚ୍ଚା ହେଉଛି । ତାଳଚେର ବାଇପାସ୍ ଠାରୁ ଆରମ୍ଭ କରି ହିଙ୍ଗୁଳା ରାସ୍ତା ପବିତ୍ର ମୋହନ ଛକ ରୁ ବାଘୁଆ ବୋଲ ଦେଇ ହାଣ୍ଡିଧୁଆ ପର୍ଯ୍ୟନ୍ତ ରାସ୍ତା ସମେତ ତାଳଚେର ଉପ ଖଣ୍ଡ ରେ ଥିବା ସମସ୍ତ ରାସ୍ତାରେ ବର୍ଷା ଜଳ ଜମୁ ଥିବାରୁ ସେ ଗୁଡ଼ିକର ଅବସ୍ଥା ଅତି ଶୋଚନୀୟ ହୋଇ ରହିଛି ।ପ୍ରଶାସନ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ବିଭିନ୍ନ ମହଲରେ ଦବିହେଉଛି ।
