ସାଂସଦ ଓ ବିଧାୟକଙ୍କ ଦ୍ଵାରା ଆଇସିଆଇସିଆଇ ବ୍ୟାଙ୍କ ଓ ଏଟିଏମ୍ ଲୋକାର୍ପଣ
(ନିପ୍ର ଗୋକୁଳାନନ୍ଦ ବେହେରା)ଢେ଼ଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ କନ୍ଦରସିଂହା ପଞ୍ଚାୟତ ଅଧିନସ୍ଥ ଭାଲୁମୁଣ୍ଡା ଛକ ନିକଟରେ ପଦ୍ମାବତୀ ନାମରେ ଏକ ମାର୍କେଟ କମ୍ପ୍ଲେକ୍ସ ରହିଛି । ଏହି କମ୍ପ୍ଲେକ୍ସରେ ସୋମବାର ସକାଳ ପ୍ରାୟ ୧୧ ଟା ବେଳେ ନୂତନ ଭାବେ ଆଇସିଆଇସିଆଇ ବ୍ୟାଙ୍କର ଏକ ଶାଖା ଓ ଏଟିଏମ୍ କେନ୍ଦ୍ର ଢେ଼ଙ୍କାନାଳ ଲୋକସଭା ସାଂସଦ ରୁଦ୍ର ନାରାୟଣ ପାଣି ଓ ପରଜଙ୍ଗ ବିଧାୟକ ବିଭୂତି ଭୂଷଣ ପ୍ରଧାନଙ୍କ କରକମଳରେ ଲୋକାର୍ପିତ ହୋଇଯାଇଛି । ସାଂସଦ ଓ ବିଧାୟକ ଧୂପ ଦୀପ ପ୍ରଜ୍ବଳନ କରି ନଡ଼ିଆ ବାଡେଇ ଫିତା କାଟି ବ୍ୟାଙ୍କ୍ ଶାଖା ଓ ଏଟିଏମ୍ କେନ୍ଦ୍ରକୁ ଉଦଘାଟନ କରିଥିଲେ । ଏହି ଲୋକାର୍ପଣ ଉତ୍ସବରେ ବ୍ଲକ ବିଡ଼ିଓ ସୌଭାଗ୍ୟ କୁମାର ବେହେରା , ବିଜେପି ଦଳର ବରିଷ୍ଠ ନେତା ତଥା ପୂର୍ବତନ ବ୍ଲକ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ସାହୁ , ବ୍ଲକ ଅଧ୍ୟକ୍ଷା ତଥା ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ଯଶସ୍ୱିନୀ ରାଉତ , ସରପଞ୍ଚ ଜ୍ୟୋତ୍ସ୍ନାମୟୀ ବିଶ୍ଵାଳ , ଜିଲ୍ଲା ମହିଳା ମୋର୍ଚ୍ଚା ଉପସଭାନେତ୍ରୀ ବନଲତା ମହାନ୍ତି , ଲକ୍ଷ୍ମୀଧର ସାହୁ , ବିଶିଷ୍ଟ ବ୍ୟବସାୟୀ କ୍ଷୀରୋଦ ଚନ୍ଦ୍ର ସାହୁ, କଳ୍ପତରୁ ବିଶ୍ୱାଳ , ବୈଷ୍ଟମ୍ୱ ନାଥ , ଅଭିମନ୍ୟୁ ବିଶ୍ଵାଳ ,ରମେଶ ଚନ୍ଦ୍ର ସାମଲ ସମେତ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି , ବିଜେପି ଦଳର ଶତାଧିକ କର୍ମୀ ଓ ବ୍ୟାଙ୍କ ମ୍ୟାନେଜର , କର୍ମଚାରୀ ଉପସ୍ଥିତ ଥିଲେ । ସଠିକ୍ ଭାବେ ସମସ୍ତ ଗ୍ରାହକ ମାନଙ୍କୁ ଉତ୍ତମ ସେବା ଯୋଗାଇ ଦେବାକୁ ସାଂସଦ ଶ୍ରୀ ପ୍ରଧାନ ବ୍ୟାଙ୍କ୍ କର୍ମଚାରୀଙ୍କୁ ପରାମର୍ଶ ଦେଇଥିଲେ ।
