*ଖଡ଼ିଆଳ ବିଧାନସଭା ଅନ୍ତର୍ଗତ ରିଶିପିଟି ମଣ୍ଡଳ ପକ୍ଷ ରୁ ବିଛନାପାଲି ନଦୀ ଆମ୍ବ ବଗିଚା ପରିସରରେ ସେବା ସଂକଳ୍ପ ଅଭିଯାନ ର କର୍ମଶାଳା*
ନୂଆପଡା (ମିଖାଏଲ ନନ୍ଦ)
ତା:୦୭.୦୯.
ଖଡ଼ିଆଳ ବିଧାନସଭା ଅନ୍ତର୍ଗତ ରିଶିପିଟି ମଣ୍ଡଳ ପକ୍ଷ ରୁ ବିଛନାପାଲି ନଦୀ ଆମ୍ବ ବଗିଚା ପରିସରରେ ସେବା ସଂକଳ୍ପ ଅଭିଯାନ ର କର୍ମଶାଳା ଅନୁଷ୍ଠିତ ହୋଇଯାଇଅଛି। ମଣ୍ଡଳ ସଭାପତି ଶ୍ରୀ ଶୁଶାନ୍ତ କୁମାର ବିଶିଙ୍କ ନେତୃତ୍ୱରେ ମଣ୍ଡଳ ବୈଠକ ସହ ସେବା ସଂକଳ୍ପ ଅଭିଯାନ ର କର୍ମଶାଳାରେ ବହୁ କର୍ମୀ ଯୋଗ ଦେଇ ବୁଥ ରୁ ଆରମ୍ଭ କରି ଜିଲ୍ଲା ସ୍ତର ପର୍ଯ୍ୟନ୍ତ ତଥା ବିଭିନ୍ନ ମୋର୍ଚ୍ଚାର ଅନେକ ପଦାଧିକାରୀ ଓ ଦଳୀୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହିଥିଲେ।ବୈଠକରେ ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀ ଅଜିତ କିଶୋର ଚଲାନ ‘ସେବା ସଂକଳ୍ପ ଅଭିଯାନ’ର କର୍ମଶାଳା ସମ୍ପର୍କରେ ବିସ୍ତୃତ ଆଲୋଚନା କରିବା ସହ ଏହାର ଉଦ୍ଦେଶ୍ୟ, କାର୍ଯ୍ୟପନ୍ଥା ଓ ଆଗାମୀ କାର୍ଯ୍ୟକ୍ରମ ସମ୍ପର୍କରେ ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ପୁଙ୍ଖାନୁପୁଙ୍ଖ ଭାବେ ବୁଝାଇଥିଲେ। ଏହାସହିତ ତୃଣମୂଳ ସ୍ତରରେ ଅଭିଯାନକୁ ସଫଳ କରିବା ପାଇଁ ସମସ୍ତେ ଏକଜୁଟ ହୋଇ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ। ସଭାରେ ବରିଷ୍ଠ ନେତା ସଂଜୟ ତିୱାରୀ ଜିଲ୍ଲା ଯୁବ ସଭାପତି ଜ୍ଞାନ କୁମାର ମେଘ,ବରିଷ୍ଠ ନେତୃମଣ୍ଡଳୀ ରାତ୍ରା ନନ୍ଦ ମନହିରା, କୃଷକ ମୋର୍ଚ୍ଚା ସାଧାରଣ ସମ୍ପାଦକ, ବହୁ ପଦାଧିକାରୀ ଯୋଗ ଦେଇଥିଲେ।
