*ଖଡ଼ିଆଳ ବୋଡନ ମୁଖ୍ୟ ସଡ଼କ ଖଡ଼ିଆଳ ଘାସି ଦାସ ପେଟ୍ରୋଲ ପମ୍ପ ସମ୍ମୁଖରେ ମଦଭାଟି ର ପଚା ଦୁର୍ଗନ୍ଧ ଯୁକ୍ତ ନର୍ଦ୍ଧମା ଜଳ ପ୍ରବାହିତ, ଯାତାୟାତ ରେ ବ୍ୟାପକ ସମସ୍ୟା, ଦୁର୍ଗନ୍ଧ, ଆବଶ୍ୟକ ପଦକ୍ଷେପ ପାଇଁ ପଞ୍ଚାୟତ କୁ ଅନୁରୋଧ*।
ନୂଆପଡା (ମିଖାଏଲ ନନ୍ଦ) ତା:୦୭.୦୯.
ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବୋଡନ ମୁଖ୍ୟ ସଡ଼କ ସ୍ଥିତ ଘାସି ଦାସ ପେଟ୍ରୋଲ ପମ୍ପ ସମ୍ମୁଖରେ ମଦଭାଟି ର ପଚା ଦୁର୍ଗନ୍ଧ ଯୁକ୍ତ ନର୍ଦ୍ଧମା ଜଳ ପ୍ରବାହିତ ହେଉଅଛି। ଏକ ଅସ୍ୱାସ୍ଥ୍ୟକର ପରିବେଶ। , ଯାତାୟାତ ରେ ବ୍ୟାପକ ସମସ୍ୟା ସୃଷ୍ଟି ହେଉଥିବା ବେଳେ , ଦୁର୍ଗନ୍ଧ,ପଚା ଜଳ ପଥିକଙ୍କ ଗୋଡ଼ ରେ ଚିଞ୍ଚୁଡ଼ିଥିବା ଅଭିଯୋଗ ହେଉଅଛି। ଅନୁଧ୍ୟାନ କଲେ ଏହି ନର୍ଦ୍ଧମା ଜଳ ଟି ଖଡ଼ିଆଳ ମଦ ଭାଟିରୁ ବାହାରି ଖଡ଼ିଆଳ ସ୍ମଶାନ ଦେଇ ତଳ ଅଞ୍ଚଳ କୁ ଯାଇଥିଲା। ସେହି ନର୍ଦ୍ଧମା ଜଳ ନିଷ୍କାସନ ପାଇଁ ଗୃହ ଓ ପୂର୍ତ୍ତ ନିର୍ମାଣ ବିଭାଗ ପକ୍ଷ ରୁ ପୋଲ ମଧ୍ୟ ଦିଆଯାଇଅଛି। ପୋଲ ପୋତି ହୋଇଥିବା ବେଳେ ନର୍ଦ୍ଧମା ଜଳ ପ୍ରବାହିତ ପାଇଁ କୌଣସି ବାଟ ନାହିଁ। ତାହା ନୁହଁ ଯେ ନିଜସ୍ୱ ବ୍ୟବସ୍ଥା ରେ ଏହି ନର୍ଦ୍ଦମା ଅଜଳ କୁ ନିଷ୍କାସନ ବ୍ୟବସ୍ଥା କରିବା ଆବଶ୍ୟକ ଅଟେ। କିନ୍ତୁ କୌଣସି ବ୍ୟକ୍ତି କିମ୍ବା ଅନୁଷ୍ଠାନ କିମ୍ବା ଖଡ଼ିଆଳ ମଦଭାଟି ର ନିଘା ନାହିଁ। ଜନସାଧାରଣ ଙ୍କ ଅଭିଯୋଗ ନ ଆସିବା ପର୍ଯ୍ୟନ୍ତ ପ୍ରବାହିତ ହେଉଥିବା ତାଙ୍କର କୌଣସି ଯାଏ ଆସେ ନାହିଁ ଭଳି ମନୋଭାବ ଏହି ସଡ଼କ ଉପରେ ଖୁଲା ଖୋଲି ନର୍ଦ୍ଧମା ଜଳ ପ୍ରବାହିତ ଦାୟୀ କିଏ।
