ପ୍ରଧାନ ଶିକ୍ଷକ ଙ୍କର ଚାନ୍ଦା ଆଦାୟକୁ ନେଇ ଜନ ଅସନ୍ତୋଷ
ଯାଜପୁର ୦୮/୦୭(ନିପ୍ର) ଘଟଣାଟି ଆପଣଙ୍କୁ ଆର୍ଶ୍ଚଯ୍ୟ ଲାଗୁଥିଲେ ବି ନିରାଟ ସତ୍ୟ, ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ ବହୁ ପୁରାତନ ହିଙ୍ଗୁଳା ଗୋପାଳ ପଣ୍ଡା ସରକାରୀ ଉଚ୍ଚ ବିଦ୍ୟାଳୟରେ। ସୂଚନା ଅନୁସାରେ ଉକ୍ତ ବିଦ୍ୟାଳୟରେ ଦଶମ ଶ୍ରେଣୀ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀ ମାନେ କଲେଜ୍ ରେ ଆଡ଼ମିଶନ କରିବା ପାଇଁ ବିଦ୍ୟାଳୟକୁ ସାର୍ଟିଫିକେଟ ଆଣିବାକୁ ଲମ୍ବା ଧାଡ଼ି ଲଗାଇ ଥିଲେ, ହେଲେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କମଳ ଲୋଚନ ପଣ୍ଡା ଛାତ୍ରଛାତ୍ରୀ ମାନଙ୍କୁ ସାର୍ଟିଫିକେଟ ଦେବା ବଦଳରେ ୧୦୦ଟଙ୍କା ଦିଅ ସାର୍ଟିଫିକେଟ ନିଅ ବୋଲି କହିଥିଲେ ଏମିତିକି ଅନେକ ଛାତ୍ରଛାତ୍ରୀ ମାନଙ୍କ ଠାରୁ ବିନା ରସିଦ୍ ରେ ୧୦୦ଟଙ୍କିଆ ନୋଟ୍ ନେଇ ଥାକ ମାରିଥିଲେ, ଘଟଣା ଟି ପ୍ରଘଟ ହେବା ପରେ ଗୋପାଳପୁର ଗ୍ରାମର କିଛି ସଚେତନ ଯୁବକ ଓ ପଞ୍ଚାୟତର ସରପଞ୍ଚ ପ୍ରତିନିଧି ବିଦ୍ୟାଳୟରେ ପହଞ୍ଚି ପ୍ରଧାନ ଶିକ୍ଷକ କମଳ ଲୋଚନ ପଣ୍ଡାଙ୍କୁ ପ୍ରଶ୍ନ ବାଣରେ ଘାଇଲା କରିବା ସହ କାହା ଛତ୍ରଛାୟା ତଳେ ରହି ଏଭଳୀ ଦୁର୍ନିତି ଖୋର ମନୋଭାବ ଓ ମନମୁଖୀ କାର୍ଯ୍ୟ କରୁଛନ୍ତି ବୋଲି ପ୍ରଶ୍ନ କରିଥିଲେ। ତେବେ ଦର୍ଶକ ବନ୍ଧୁ କେନ୍ଦ୍ର ଓ ରାଜ୍ୟ ସରକାର ଛାତ୍ରଛାତ୍ରୀ ମାନଙ୍କ ଉଚ୍ଚ ଶିକ୍ଷା ନିମନ୍ତେ ସର୍ବଦା ଚେଷ୍ଟିତ ଥିବାବେଳେ ଏ ଭଳି ଜଣେ ଅଯୋଗ୍ୟ ପ୍ରଧାନ ଶିକ୍ଷକ ମୋଟା ଅଙ୍କର ବେତନ ପାଇ ମଧ୍ୟ ଛାତ୍ରଛାତ୍ରୀ ମାନଙ୍କ ଠାରୁ ବେଆଇନ୍ ଭାବେ ଅର୍ଥ ଆଦାୟ ଭଳି ସାଂଘାତିକ ଅପରାଧ ଓ ଶୋଷଣ କରୁଥିବା କଥା ଏକ ସରସ ସୁନ୍ଦର ଓ ବହୁ ପ୍ରତିଷ୍ଠିତ ହିଙ୍ଗୁଳା ଗୋପାଳ ପଣ୍ଡା ସରକାରୀ ଉଚ୍ଚ ବିଦ୍ୟାଳୟକୁ ବଦନାମ୍ କରିବା ସହ ସରକାର ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଖୁଲମଖୁଲା ବଦନାମ୍ କରୁଛି।
ତେବେ ଏ ଭଳି ହିନମାନସିକତା, ଅଯୋଗ୍ୟ, ଦୁର୍ନୀତିଖୋର ଏବଂ ସର୍ବଗିଳା ପ୍ରଧାନ ଶିକ୍ଷକ କମଳ ଲୋଚନ ପଣ୍ଡାଙ୍କୁ ତୁରନ୍ତ କାର୍ଯ୍ୟରୁ ନିଲମ୍ବନ କରିବା ସହ ଆଇନ୍ ଅନୁଯାୟୀ ଦୃଢ କାର୍ଯ୍ୟାନୁଷ୍ଠାନ ଅଞ୍ଚଳବାସି ଦାବି କରିଥିବା ବେଳେ ନୂତନ ସରକାର, ଶିକ୍ଷାମନ୍ତ୍ରୀ ଓ ଜିଲ୍ଲା ଶିକ୍ଷା ଅଧିକାରୀ ଉକ୍ତ ଘଟଣା ରେ କିଭଳି ନେଉଛନ୍ତି କାର୍ଯ୍ୟାନୁଷ୍ଠାନ ତାହା ଦେଖିବାକୁ ବାକି।।
